Image Courtesy of India Today
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବେଆଇନ୍ ଦର୍ଶାଇ ‘ଆମ୍ ଆଦ୍ମୀ ପାର୍ଟି’ଦ୍ବାରା ମନୋନୀତ ହୋଇଥିବା ଦୁଇଜଣ ପ୍ରତିନିଧିଙ୍କୁ ଆଜି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ପ୍ରାଇଭେଟ୍ ପାୱାର୍ ଡିଷ୍ଟ୍ରିବ୍ୟୁସନ୍ କମ୍ପାନି ‘ଡିସ୍କମ୍ସ୍’ ବୋର୍ଡରୁ ହଟାଇ ଦେଇଛନ୍ତି।
ଘରୋଇ ‘ଡିସ୍କମ୍ସ୍’ ବୋର୍ଡରୁ ବିଦା କରାଯାଇଥିବା ବ୍ୟକ୍ତି ଦୁଇଜଣ ହେଉଛନ୍ତି, ‘ଆପ୍’ ମୁଖପାତ୍ର ଜାସ୍ମିନ୍ ଶାହ, ଏବଂ ‘ଆପ୍’ ସାଂସଦ ଏନ୍.ଡି. ଗୁପ୍ତାଙ୍କ ପୁଅ ନବୀନ ଏନ୍.ଡି. ଗୁପ୍ତା। ସେମାନଙ୍କ ସ୍ଥାନରେ ଦୁଇଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏବେ ଅର୍ଥ ସଚିବ ଓ ଶକ୍ତି ସଚିବ ତଥା ଦିଲ୍ଲୀ ‘ଟ୍ରାନ୍ସ୍କୋ’ର ପରିଚାଳନା ନିର୍ଦେଶକ ସରକାରଙ୍କ ତରଫରୁ ଏହି ‘ଡିସ୍କମସ୍’ର ପ୍ରତିନିଧିତ୍ବ କରିବେ। ଏହି ‘ଡିସ୍କମସ୍’ରେ ଅଛନ୍ତି, ‘ବମ୍ବେ ସବ୍ଅର୍ବାନ୍ ଇଲେକ୍ଟ୍ରିକ୍ ସପ୍ଲାଏ’, ‘ଯମୁନା ପାୱାର୍ ଲିମିଟେଡ୍’, ‘ବୋଙ୍ଗାଇଗାଓଁ ରିଫାଇନେରି’ ଏବଂ ଅନୀଲ୍ ଅମ୍ବାନୀଙ୍କ ମାଲିକାନାରେ ଥିବା ‘ପେଟ୍ରୋକେମିକାଲ୍ସ୍ ଲିମିଟେଡ୍’।
Image Courtesy of NDTV‘ଆପ୍’ ମନୋନୀତ ପ୍ରତିନିଧିମାନେ ଅନୀଲ୍ ଅମ୍ବାନୀଙ୍କ ମାଲିକାନାରେ ଥିବା ‘ଡିସ୍କମ୍ସ୍’ ବୋର୍ଡର ଘରୋଇ ପ୍ରତିନିଧିଙ୍କ ସହିତ ମିଶି ସରକାରୀ ଖଜଣା ବିନିମୟରେ ସେମାନଙ୍କୁ ୮୦୦୦ କୋଟି ଟଙ୍କା ଲାଭ ଦେଇଥିବା କଥା ମୁଖ୍ୟ ଶାସନ ସଚିବ ରିପୋର୍ଟ କରିଥିଲେ। ଉକ୍ତ ରିପୋର୍ଟ ଆଧାରରେ ଉପରାଜ୍ୟପାଳ ଭି. କେ. ସାକ୍ସେନା ସେମାନଙ୍କୁ ହଟାଇ ଦେଇଛନ୍ତି।
କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ‘ଡିସ୍କମ୍ସ୍’ର ଅଡିଟ୍ ହେଉଥିବା କହି ଆଗରୁ ‘ଆପ୍’ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା।
Follow Us