ପଂଜାବରୁ ଦିଲ୍ଲୀ ଚନ୍ନିଙ୍କ ଚାର୍ଟାଡ୍‌ ବିମାନ ଯାତ୍ରାକୁ ଆପ୍‌ର ବିରୋଧ

Advertisment

ଗରିବ ଲୋକ ଜେଟ୍‌ରେ ଗଲେ ସମସ୍ୟା କ’ଣ: ଚନ୍ନି

ଗରିବ ଲୋକ ଜେଟ୍‌ରେ ଗଲେ ସମସ୍ୟା କ’ଣ: ଚନ୍ନି

ପଂଜାବରୁ ଦିଲ୍ଲୀ ଚନ୍ନିଙ୍କ ଚାର୍ଟାଡ୍‌ ବିମାନ ଯାତ୍ରାକୁ ଆପ୍‌ର ବିରୋଧ

Hindustan Times

ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଗତକାଲି ପଂଜାବରୁ ଦିଲ୍ଲୀ ଏକ ଚାର୍ଟାଡ୍‌ ବିମାନରେ ଗସ୍ତ କରିବା ପରେ ଆପ୍‌ ଏବଂ ଶିରୋମଣି ଅକାଳୀ ଦଳ ନେତାମାନେ ଏହାର କଡ଼ା ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ନି ଏବଂ ୨ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା, ଓପି ସିଂହ ଗତକାଲି ଏକ ଚାର୍ଟାଡ୍‌ ବିମାନରେ ଜରୁରୀ ବୈଠକରେ ଯୋଗ ଦେବାପାଇଁ ପଂଜାବରୁ ଦିଲ୍ଲୀ ଯାଇଥିଲେ। ପଂଜାବରୁ ଦିଲ୍ଲୀକୁ ଦୂରତା ମାତ୍ର ୨୫୦ କିମି ହୋଇଥିବା ବେଳେ ଏଭଳି ବ୍ୟୟବହୁଳ ବିମାନ ଯାତ୍ରାକୁ ନେଇ ବିବାଦ ହୋଇଛି। ଶିରୋମଣି ଅକାଳି ଦଳ ଏକ ଟ୍ବିଟ୍‌ କରି କହିଛି , ସାଧାରଣ ଲୋକଙ୍କ ସହ ଥିବା କହି କଂଗ୍ରେସ ନେତାମାନେ ମାତ୍ର ୨୫୦ କିମି ବାଟକୁ ସାଧାରଣ ବିମାନ କିମ୍ବା କାର୍‌ରେ ନଯାଇ ଚାର୍ଟାଡ୍‌ ବିମାନରେ ଯାଇଛନ୍ତି।

ଆପ୍‌ ପଂଜାବ ନେତା ହରପାଲ ସିଂହ ଚିମା କହିଛନ୍ତ, ନୂଆ ପଂଜାବ କ୍ୟାବିନେଟ୍‌ର ଏହା ଅସଲ ଚେହେରା। କେହି କେବେ କଥାରେ ସାଧାରଣ ଲୋକ ହୋଇପାରିବନି। କେବଳ କାର୍ଯ୍ୟ ଦ୍ବାରା ହିଁ ବ୍ୟକ୍ତିତ୍ବର ପ୍ରତିଫଳନ ହୋଇଥାଏ। ଚନ୍ନି , ରନ୍ଧୱା ଏବଂ ସିଦ୍ଧୁଙ୍କ ବାସ୍ତବ ଚେହେରା ଏବେ ପଦାକୁ ଆସିଯାଇଛି। ଅନ୍ୟପକ୍ଷେ ଚନ୍ନି କହିଛନ୍ତି, ବିବାଦ କ’ଣ ପାଇଁ ହୋଇଛି ତାହା ସେ ବୁଝି ପାରୁନାହାନ୍ତି। ଯଦି ଜଣେ ଗରିବ ବିମାନରେ ଯାତ୍ରା କ‌ଲା ତା’ହେଲେ ଏଥିରେ ସମସ୍ୟା କେଉଁଠି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe