ଏକ୍‌ଜିଟ୍‌ ପୋଲ୍‌କୁ ଅସ୍ବୀକାର କରି ଦିଲ୍ଲୀରେ ପୁଣି କେଜ୍ରିୱାଲ୍‌ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲା ଆପ୍‌

ଦିଲ୍ଲୀରେ ଗତକାଲି ବିଧାନସଭା ନିର୍ବାଚନ ‌‌ଶେଷ ହୋଇଯାଇଛି। ନିର୍ବାଚନ ସରିବା ପରେ ଏକଜିଟ୍ ପୋଲ ବା ବୁଥ୍‌ ବାହୁଡ଼ା ମତକୁ ଆପ ଖାରଜ କରିଛି। ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି ଯେ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବ।

AAP

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ବିଧାନସଭା ନିର୍ବାଚନ ‌‌ଶେଷ ହୋଇଯାଇଛି। ନିର୍ବାଚନ ସରିବା ପରେ ଏକଜିଟ୍ ପୋଲ ବା ବୁଥ୍‌ ବାହୁଡ଼ା ମତକୁ ଆପ ଖାରଜ କରିଛି। ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି ଯେ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବ। ମାତ୍ର ଆପ୍‌ ତାହାକୁ ଅସ୍ବୀକାର କରିଛି। ଦଳ କହିଛି ଯେ ରାଜଧାନୀ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ୪ର୍ଥ ଥର ପାଇଁ ସରକାର ଗଠନ କରିବ।

ଆପର ଜାତୀୟ ମୁଖପାତ୍ର ରୀନା ଗୁପ୍ତା କହିଛନ୍ତି ଯେ ପୂର୍ବ ଏକଜିଟ୍ ପୋଲଗୁଡ଼ିକ ମଧ୍ୟ ଦଳକୁ "ଅସମ୍ମାନ" କରିଥିଲା, କିନ୍ତୁ ୨୦୧୫ ଏବଂ ୨୦୨୦ ନିର୍ବାଚନରେ ​​ଦଳ ବିଜୟୀ ହୋଇଛି।

"ଆପଣ ଯେକୌଣସି ଏକଜିଟ୍ ପୋଲକୁ ଦେଖନ୍ତୁ, ୨୦୧୩, ୨୦୧୫ କିମ୍ବା ୨୦୨୦ରେ ହେଉ, ଆପକୁ ସର୍ବଦା କମ୍ ସଂଖ୍ୟକ ଆସନ ମିଳିବ ବୋଲି ଏକ୍‌ଜିଟ୍‌ ପୋଲ୍‌ରେ ଦେଖାଯାଇଥିଲା। କିନ୍ତୁ ପ୍ରକୃତ ଫଳାଫଳରେ ଅନୁମାନଠାରୁ ଅଧିକ ସଂଖ୍ୟକ ଆସନ ପାଇଛି," ବୋଲି ଗୁପ୍ତା ପିଟିଆଇକୁ କହିଛନ୍ତି।

ରୀନା ଗୁପ୍ତା ଆହୁରି ବି କହିଛନ୍ତି ଯେ ‘‘ଦିଲ୍ଲୀର ଲୋକମାନେ ନିର୍ଣ୍ଣାୟକ ଭାବରେ ଦଳକୁ ଭୋଟ ଦେଇଛନ୍ତି। ଆପ ଏକ ଐତିହାସିକ ବିଜୟ ହାସଲ କରିବ, ଏବଂ ଅରବିନ୍ଦ କେଜରିୱାଲ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ,"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe