ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ‘ଆପ୍‌’

ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ‘ଆପ୍‌’

Image Courtesy of NDTV

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ‘ଆମ୍‌ ଆଦ୍‌ମୀ ପାର୍ଟି’ (ଆପ୍‌) ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଶଯବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଆଜି ‘ଆପ୍‌’ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ଆମେ ମର୍ଯାଦା ଦେଉ, କିନ୍ତୁ ଆମେ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବୁ।

ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମିଳିତ ବିରୋଧୀ ଦଳର ପ୍ରାର୍ଥୀ ସିହ୍ନାଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’ ମଧ୍ୟ ସମର୍ଥନ କରୁଛି।

publive-image Image Courtesy of NDTV

ସେହିପରି, ‘ଶିବସେନା’ ‘ଏନ୍‌ଡିଏ’ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିବାରୁ ଆଜି ଶଯବନ୍ତ ସିହ୍ନା ତାଙ୍କର ନିର୍ଦ୍ଧାରିତ ମୁମ୍ବାଇ ଗସ୍ତ ବାତିଲ କରିଛନ୍ତି। ଆଜି ସିହ୍ନା ମୁମ୍ବାଇ ଯାଇ ସେଠାରେ ‘ମହା ବିକାଶ ଅଘାଡ଼ି’ ବିଧାୟକମାନଙ୍କୁ ଭେଟି ଉଦ୍‌ବୋଧନ ଦେଇ ଥାଆନ୍ତେ। କିନ୍ତୁ, ତାଙ୍କର ଗସ୍ତ ବାତିଲ ହୋଇଛି ବୋଲି ଜଣେ ‘ଏନ୍‌ସିପି’ ନେତା କହିଛନ୍ତି।

ନିର୍ବାଚନ ପ୍ରଚାର ଅଭି‌ଯାନରେ ଗୁରୁବାର ଦିନ ‘ଏନ୍‌ଡିଏ’ ପ୍ରାର୍ଥିନୀ ମୁର୍ମୁ ଗୁରୁବାର ଦିନ ମୁମ୍ବାଇ ଯାଇଥିଲେ। ‘ବିଜେଡି’, ‘ୱାଇଏସ୍‌ଆର୍‌-ସିପି’, ‘ବିଏସ୍‌ପି’, ‘ଏଆଇଏଡିଏମ୍‌କେ’, ‘ଟିଡିପି’, ‘ଜେଡିଏସ୍‌’, ‘ଶିରୋମଣି ଅକାଳୀ ଦଳ’ ଏବଂ ‘ଶିବସେନା’ ଭଳି ଆଞ୍ଚଳିକ ଦଳମାନଙ୍କର ସମର୍ଥନ ପାଇ ‘ଏନ୍‌ଡିଏ’ ପ୍ରାର୍ଥିନୀ ମୁର୍ମୁଙ୍କର ଭୋଟ୍‌ ସେୟାର୍‌ ୬୦% ଟପି ସାରିଛି। କିନ୍ତୁ, ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କର ଭୋଟ୍‌ ସେୟାର୍‌ ପ୍ରାୟ ୫୦% ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe