ଛଅ ଘଣ୍ଟା ଜେରା ପରେ ଆପ୍‌ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି

Advertisment

ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତ‌ାଙ୍କୁ ଗିରଫ କରିଛି। ଦୀର୍ଘ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଆପ୍‌ ବିଧାୟକଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି। 

ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତ‌ାଙ୍କୁ ଗିରଫ କରିଛି। ଦୀର୍ଘ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଆପ୍‌ ବିଧାୟକଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି। 

aap mla

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତ‌ାଙ୍କୁ ଗିରଫ କରିଛି। ଦୀର୍ଘ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଆପ୍‌ ବିଧାୟକଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି। 

ଆଜି ସକାଳେ ଦିଲ୍ଲୀରେ ଥିବା ଖାନଙ୍କ ଘରେ ଇଡି ଅଧିକାରୀମାନେ ଚଢ଼ାଉ କରିଥିଲେ। ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବେଆଇନ ନିଯୁକ୍ତି ତଥା ଆର୍ଥିକ ହେରଫେର୍‌ ଅଭିଯୋଗର ସମ୍ମୁଖୀନ ହେଉଥିବା ଆପ୍‌ ନେତା ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ଲେଖିଥିଲେ ଯେ ‘‘ମୋତେ ଗିରଫ କରିବା ପାଇଁ ଇଡି ଲୋକମାନେ ମୋ ଘରେ ପହଞ୍ଚିଛନ୍ତି।’’

ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସରକାର ତାଙ୍କୁ ଏବଂ ଅନ୍ୟ ଆପ୍‌ ନେତାମାନଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି "ଆଜି ସକାଳେ, ଏକଛତ୍ରବାଦୀ ଶାସକଙ୍କ ନିର୍ଦ୍ଦେଶରେ ଇଡି ମୋ ଘରେ ପହଞ୍ଚିଛି। ଏକଛତ୍ରବାଦୀ ଶାସକ ମୋତେ ଏବଂ ଆପ୍‌ ନେତାମାନଙ୍କୁ ହଇରାଣ କରିବା ପାଇଁ କୌଣସି ସୁଯୋଗ ଛାଡ଼ି ନାହାଁନ୍ତି। ଲୋକମାନଙ୍କୁ ସଚ୍ଚୋଟତାର ସହ ସେବା କରିବା ଅପରାଧ କି? ଏହି ଏକଛତ୍ରବାଦୀ ଶାସନ କେତେ ଦିନ ଚାଲିବ?’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe