ବିଜୟ ଉତ୍ସର୍ଗ ନକରି ପହଲଗାମ୍ ଆକ୍ରମଣର ପୀଡ଼ିତଙ୍କୁ ଅର୍ଜିତ ଟଙ୍କା ଦିଅ; ସୂର୍ଯ୍ୟ, ବିସିସିଆଇ ଓ ଆଇସିସିକୁ କହିଲେ ଆପ୍ ନେତା

Advertisment

ଆମ ଆଦମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଆପ ବିଧାୟକ ସୌରଭ ଭରଦ୍ୱାଜ ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସମସ୍ତ ମ୍ୟାଚ୍‌ର ରୋଜଗାର ପହଲଗାମ୍ ଆକ୍ରମଣର ପୀଡିତଙ୍କ ପରିବାରକୁ ଦାନ କରିବାକୁ ସେ ଉପଦେଶ ଦେଇଛନ୍ତି।

ଆମ ଆଦମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଆପ ବିଧାୟକ ସୌରଭ ଭରଦ୍ୱାଜ ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସମସ୍ତ ମ୍ୟାଚ୍‌ର ରୋଜଗାର ପହଲଗାମ୍ ଆକ୍ରମଣର ପୀଡିତଙ୍କ ପରିବାରକୁ ଦାନ କରିବାକୁ ସେ ଉପଦେଶ ଦେଇଛନ୍ତି।

New Project (3)

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଭାରତର ବିଜୟ ପରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା ଭାରତୀୟ ଟିମ୍। ପହଲଗାମରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ନରସଂହାର ପଛରେ ଥିବା ପାକିସ୍ତାନକୁ ଭାରତୀୟ କ୍ରିକେଟ୍ ଦଳ ପଡ଼ିଆ ଭିତରେ ଧୂଳି ଚଟାଇବା ପରେ ପାକ୍ ଦଳର ଖେଳାଳିଙ୍କ ସହ ହାତମିଳାଇବାକୁ ମନା କରିଦେଇଥିଲା। ଏଭଳି କରି ଭାରତୀୟ ଖେଳାଳିମାନେ ସେମାନଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଥିଲେ।  ଏହି ଘଟଣାକୁ ନେଇ ଆମ ଆଦମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଆପ ବିଧାୟକ ସୌରଭ ଭରଦ୍ୱାଜ ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସମସ୍ତ ମ୍ୟାଚ୍‌ର ରୋଜଗାର ପୀଡିତଙ୍କ ପରିବାରକୁ ଦାନ କରିବାକୁ ସେ ଉପଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ, "ମ୍ୟାଚ୍ ଜିତିବା ପରେ ସୂର୍ଯ୍ୟକୁମାର କହିଥିଲେ ଯେ, ସେ ଏହି ବିଜୟକୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କୁ ଉତ୍ସର୍ଗ କରୁଛି। ଯଦି ଦମ୍ ଅଛି ତେବେ ଏସବୁ ନାଟକ ନକରି ଅର୍ଜିତ ଟଙ୍କା ଦିଅ। ଯଦି ଆପଣଙ୍କର (ସୂର୍ଯ୍ୟକୁମାର), ବିସିସିଆଇର ଓ ଆଇସିସିର ଦମ୍ ଅଛି, ତେବେ ଆପଣମାନଙ୍କୁ ମୁଁ ଗୋଟାଏ ଚ୍ୟାଲେଞ୍ଜ ଦେଉଛି। ପ୍ରସାରଣ ଅଧିକାର, ବିଜ୍ଞାପନ ଏବଂ ସମଗ୍ର ବ୍ୟବସାୟରୁ ଯେଉଁ ଟଙ୍କା ରୋଜଗାର କରିଛ ସେସବୁ ଟଙ୍କା ସେହି ୨୬ଜଣ ବିଧବାଙ୍କୁ ଦିଅ। ତା'ପରେ ଆମେ ବିଶ୍ୱାସ କରିବୁ ଯେ, ଆପଣ ଏହି ବିଜୟକୁ ପ୍ରକୃତରେ ସେମାନଙ୍କ ପାଇଁ ଉତ୍ସର୍ଗ କରିଛ। ଏପରି କାମ କରିବାକୁ ଆପଣମାନଙ୍କର ସାହସ ନାହିଁ। ଖାଲି କହୁଛ ଯେ, ଆମେ ଏହା ଉତ୍ସର୍ଗ କଲୁ, ଆମେ ତାହା ଉତ୍ସର୍ଗ କଲୁ। ଏହା ବହୁତ ଲଜ୍ଜାଜନକ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe