ଇତିହାସ ସୃଷ୍ଟିକଲା ‘ଆରୋଗ୍ୟ‌ ସେତୁ’,ବିଶ୍ବର ସବୁଠୁ ଦ୍ରୁତ ପ୍ରସାରଣଶାଳୀ ମୋବାଇଲ୍‌ ଆପ୍‌

Advertisment
ଆରୋଗ୍ୟ ସେତୁ ଆପ୍‌ ବିବାଦ କାହିଁକି?

Image Source: Zee News

ନୂଆଦିଲ୍ଲୀ: ୧୩ ଦିନରେ ୫୦ ନିୟୁତ ବ୍ୟବହାରକାରୀ ପାଇ ମଙ୍ଗଳବାର ରାତ୍ରୀ ସୁଦ୍ଧା ଭାରତର ‘ଆରୋଗ୍ୟ ସେତୁ’ ବିଶ୍ବର ସବୁଠୁ ଦ୍ରୁତ ପ୍ରସାରଣଶାଳୀ ମୋବାଇଲ୍‌ ଆପ୍‌ ଭାବେ ଇତିହାସ ସୃଷ୍ଟି କରିଛି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଅଭିଭାଷଣ ଦେବା ପରେ ପରେ ମଙ୍ଗଳବାର ଦିନ ୧୧ ନିୟୁତ ବ୍ୟବହାରକାରୀ ଏହି ଆପ୍ ଡାଉନ୍‌ଲୋଡ୍‌ କରିଛନ୍ତି। ମଙ୍ଗଳବାର ସକାଳସୁଦ୍ଧା ଡାଉନ୍‌ଲୋଡ୍‌ ଥିଲା। ୩୯ ନିୟୁତ। ମୋଦୀ ଉଦ୍‌ବୋଧନ ଦେବା ପରେ ଅର୍ଥାତ୍ ଦିନ ୧୦ଟା ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରତି ମିନିଟ୍‌ରେ ଡାଉନ୍‌ଲୋଡ୍‌ ସଂଖ୍ୟା ୧ ଲକ୍ଷ ଛୁଇଁଥିଲା। ମଧ୍ୟାହ୍ନ ପରେ ଡାଉନ୍‌ଲୋଡ୍‌ ପ୍ରତି ମିନିଟ୍‌ରେ ୧୫୦୦ ରୁ ୨୦୦୦ ମଧ୍ୟରେ ରହିଥିଲା।

ଗୁଗଲ୍‌ର ପ୍ଲେ ଷ୍ଟୋର୍ ଏବଂ ଏପ୍ଲ୍‌ର ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ ଏହି ଆପ୍ଲିକେସନ୍‌ ‌ସ୍ଥାନୀୟ ଡାଟା ପଏଣ୍ଟ୍ ବ୍ୟବହାର କରି ପରୀକ୍ଷା ଦ୍ବାରା ପଜିଟିଭ୍ ବାହାରିଥିବା ଆଖପାଖର କୋଭିଡ୍-୧୯ ଆକ୍ରାନ୍ତମାନଙ୍କ ବିଷୟରେ ସୂଚନା ଦେବ। ଅର୍ଥାତ୍ ନମୁନା ପରୀକ୍ଷା ପରେ କୋଭିଡ୍-୧୯ ଆକ୍ରାନ୍ତ ଥିବା ଅଞ୍ଚଳ ଆଖପାଖକୁ ବ୍ୟବହାରକାରୀ ଚାଲିଆସିଲେ ଏହି ଆପ୍‌ ସୂଚନା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe