କୋଭିଡ୍-୧୯ ମହାମାରୀ ସମୟରେ ବ୍ୟବସାୟ ଚାଲୁ ରଖିବାକୁ ଆରୋଗ୍ୟ ସେତୁର ନୂଆ ବୈଶିଷ୍ଟ୍ୟ

କୋଭିଡ୍-୧୯ ମହାମାରୀ ସମୟରେ ବ୍ୟବସାୟ ଚାଲୁ ରଖିବାକୁ ଆରୋଗ୍ୟ ସେତୁର ନୂଆ ବୈଶିଷ୍ଟ୍ୟ

Image Courtesy of Hindustan Times

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ସମୟରେ ସରକାରୀ ନିୟମ ପାଳନକରି ପୁନର୍ବାର ବ୍ୟବସାୟ ଚଳାଇବାରେ ସହାୟକ ହେବାକୁ ଅରୋଗ୍ୟ ସେତୁ ଆପ୍‌ ଦାୟିତ୍ବରେ ଥିବା ଟିମ୍ ଏକ ନୂଆ ବୈଶିଷ୍ଟ୍ୟ ଯୋଗ କରିଥିବା କଥା ଶନିବାର ଦିନ ଇଲେକ୍ଟ୍ରୋନିକ୍ସ୍ ଓ ଆଇଟି ମନ୍ତ୍ରାଳୟ କହିଛି।

ମନ୍ତ୍ରାଳୟର ବିବୃତି ଅନୁସାରେ, ଏହି ‘ଓପେନ୍‌ ଏପିଆଇ’ ସର୍ଭିସ୍ ଆରୋଗ୍ୟ ସେତୁ ବ୍ୟବହାରକାରୀଙ୍କ ସ୍ଥିତି ଯାଞ୍ଚ କରାଇବାରେ ବ୍ୟବସାୟିକ ସଂସ୍ଥାମାନଙ୍କୁ ସହାୟତା କରିବା ସହ ଏହାର କେତେଗୁଡ଼ିଏ ଘରେ ଥାଇ କାମ କରିବା ବୈଶିଷ୍ଟ୍ୟର ସମନ୍ବୟ ରକ୍ଷାକରିବ।

publive-image Image Courtesy of ET Government

୫୦ରୁ ଅଧିକ କର୍ମଚାରୀ ଥାଇ ଭାରତରେ ପଞ୍ଜିକୃତ ହୋଇଥିବା ଯେ କୌଣସି ବ୍ୟବସାୟିକ ସଂସ୍ଥାନ ଆରୋଗ୍ୟ ସେତୁର ଓପେନ୍ ଏପିଆଇ ସର୍ଭିସ୍ ବ୍ୟବହାର କରିପାରିବେ। ଏହି ନୂଆ ବୈଶିଷ୍ଟ୍ୟ ବ୍ୟବହାର କରି ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ସେମାନଙ୍କ କର୍ମଚାରୀଙ୍କର କିଂବା ସୂଚନା ସେୟାର୍ କରିବାକୁ ସମ୍ମତି ପ୍ରଦାନ କରିଥିବା ଅନ୍ୟ କୌଣସି ଆରୋଗ୍ୟ‌ ସେତୁ ବ୍ୟବହାରକାରୀଙ୍କ ରିଅଲ୍ ଟାଇମ୍ ଅପ୍‌ଡେଟ୍ସ୍‌ ଏବଂ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିପାରିବେ।

ମନ୍ତ୍ରାଳୟ କହିଛି ଯେ, ଓପେନ୍ ଏପିଆଇ କେବଳ ଆରୋଗ୍ୟ ସେତୁ ସ୍ଥିତି ଏବଂ ବ୍ୟବହାରକାରୀଙ୍କ ନାମ ଯୋଗାଇ ଦେବ। ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଗତ ତଥ୍ୟ ଏହି ମାଧ୍ୟମ ବ୍ୟବହାର କରି ଆକ୍ସେସ୍ କରି ହେବନାହିଁ। https://openapi.aarogyasetu.gov.in. ଲିଙ୍କ୍ ବ୍ୟବହାର କରି ବ୍ୟବସାୟିକ ସଂସ୍ଥାମାନେ ଓପେନ୍ ଏପିଆଇ ସର୍ଭିସ୍ ରେଜିଷ୍ଟର୍‌ କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe