ସର୍ବକନିଷ୍ଠ ଆଇଏଏସ୍: ମାତ୍ର ୨୧ବର୍ଷ ବୟସରେ ଆଇଏଏସ୍ ହେବେ ଆସ୍ଥା ସିଂହ

Advertisment
fdh

ନୂଆଦିଲ୍ଲୀ: ସର୍ବକନିଷ୍ଠ ଆଇଏଏସ୍ ହେ‌ାଇ ଚର୍ଚ୍ଚାରେ ପଞ୍ଜାବ ଝିଅ। ମାତ୍ର ୨୧ବର୍ଷ ବୟସରେ ଆଇଏଏସ୍ ହେବେ ପଞ୍ଜାବର ଆସ୍ଥା ସିଂହ। ୨୧ ବର୍ଷ ବୟସରେ ଅନେକ ଯୁବକ ଯୁବତୀ ସେମାନଙ୍କ କ୍ୟାରିଅର ଯୋଜନା ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେଇପାରୁ ନଥିବା ବେଳେ, ଆସ୍ଥା ସିଂହ ଏତେ କମ୍ ବୟସରେ ୟୁପିଏସସି ପରୀକ୍ଷାରେ ପାସ୍ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ୟୁପିଏସସି ସିଏସଇ ୨୦୨୪ ପରୀକ୍ଷାରେ ଆସ୍ଥା ସିଂ ୬୧ତମ ସ୍ଥାନ ହାସଲ କରିଛନ୍ତି। ଏହି ରୢାଙ୍କ ଅନୁସାରେ, ତାଙ୍କୁ ଆଇଏଏସରେ ସରକାରୀ ଚାକିରି ପ୍ରଦାନ କରାଯିବ। 

ପୂର୍ବରୁ କିଛି ଜଣ ୨୨ ବର୍ଷ ବୟସରେ ୟୁପିଏସସି ପରୀକ୍ଷାରେ ପାସ୍ କରିଥିବା ବେଳେ କିଛି ଜଣ ୨୩ ବର୍ଷ ବୟସରେ ଏହି ସଫଳତା ହାସଲ କରି ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ପଞ୍ଜାବର ଝିଅ ଆସ୍ଥା ସିଂହ ମାତ୍ର ୨୧ ବର୍ଷ ବୟସରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଆସ୍ଥା ସିଂହ ବିନା କୋଚିଂରେ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ୬୧ତମ ସ୍ଥାନ ହାସଲ କରିବା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। 

ଆସ୍ତା ସିଂ ପଞ୍ଜାବର ଜିରାକପୁରର ବାସିନ୍ଦା। ସେ ଭୋପାଳ ଏବଂ ମଧ୍ୟପ୍ରଦେଶର ପଞ୍ଚକୁଲାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ। ଏହା ପରେ, ସେ ୨୦୨୩ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ ଅଫ୍ କମର୍ସରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ତା'ପରେ ୨୦୨୪ମସିହାରେ, ସେ ଏଚ୍‌ପିଏସସି ଏଚ୍‌ସିଏସ ପରୀକ୍ଷାରେ ୩୧ତମ ସ୍ଥାନ ହାସଲ କରିଥିଲେ। 

ଆସ୍ଥା ସିଂହ ପିଲାଦିନରୁ ହିଁ ପାଠପଢ଼ାରେ ବହୁତ ଭଲ ଥିଲେ। ତାଙ୍କ ଜେଜେବାପା ସବୁବେଳେ କହୁଥିଲେ ମୋ ନାତୁଣୀ ଆସ୍ଥା ଦିନେ କଲେକ୍ଟର ହେବ। ଆସ୍ଥାଙ୍କ କହିବା ମୁତାବକ, "ଜେଜେବାପାଙ୍କ ପାଇଁ ମୁଁ ଆଇଏଏସ୍ ହେବାର ସ୍ବପ୍ନ ଦେଖିଥିଲି। ଦ୍ୱାଦଶ ବୋର୍ଡ ପରୀକ୍ଷା ଶେଷ ହେବା ମାତ୍ରେ ମୁଁ ୟୁପିଏସ୍‌ସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲି। ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେବାକୁ ମୁଁ ଜିରକପୁରକୁ ଚାଲି ଆସିଥିଲି। ୟୁପିଏସ୍‌ସି ପରୀକ୍ଷା ଦେବା ପାଇଁ ମୋ ପାଖରେ ଗୋଟିଏ ବର୍ଷରୁ କମ୍ ସମୟ ବାକି ଥିଲା। ଏପରି ପରିସ୍ଥିତିରେ, କୌଣସି କୋଚିଂ ସେଣ୍ଟର ଯିବା ସମ୍ଭବ ନଥିବାରୁ ମୁଁ ନିଜେ ନିଜ ହିସାବରେ ପ୍ରସ୍ତୁତ ହୋଇଥିଲି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe