ଆତ୍ମନିର୍ଭର ଆପ୍‌ ଇନୋଭେସନ ଚାଲେଞ୍ଜ ଆବେଦନ ଅବଧି ବୃଦ୍ଧି

Advertisment
ଆତ୍ମନିର୍ଭର ଆପ୍‌ ଇନୋଭେସନ ଚାଲେଞ୍ଜ ଆବେଦନ ଅବଧି ବୃଦ୍ଧି

innovate.mygov.in

ନୂଆଦିଲ୍ଲୀ : ଆତ୍ମନିର୍ଭର ଆପ୍‌ ଇନୋଭେସନ ଚାଲେଞ୍ଜ ପାଇଁ ଆବେଦନ ଉତ୍ସାହଜନକ ହେବାରୁ ସରକାର ଏହାର ଅବଧିକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଜୁଲାଇ ୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ତା’ପରଠାରୁ ବୈଷୟିକ ଉଦ୍ୟୋଗୀ ଏବଂ ଷ୍ଟାର୍ଟ ଅପ ସଂଗଠନ ପକ୍ଷରୁ ଏଦିଗରେ ଉତ୍ସାହ ବୃଦ୍ଧି ପାଇଛି ।

ଏପର୍ଯ୍ୟନ୍ତ ୨,୩୫୩ଟି ଆବେଦନ ୮ଟି ଶ୍ରେଣୀରେ ମିଳିଛି । ୧୪୯୬ ବ୍ୟକ୍ତିବିଶେଷଙ୍କ ଠାରୁ ଆବେଦନ ମିଳିଥିବା ବେଳେ ୮୫୭ଟି ବିଭିନ୍ନ ସଂଗଠନ ଓ କମ୍ପାନି ପକ୍ଷରୁ ମିଳିଛି । ଜନସାଧାରଣଙ୍କ ପକ୍ଷରୁ ହୋଇଥିବା ୭୮୮ଟି ଆବେଦନର ଆବେଦନକାରୀମାନେ ବର୍ତ୍ତମାନ ପ୍ରସ୍ତୁତ ଥିବାବେଳେ ଅବଶିଷ୍ଟ ୭୦୮ ଜଣ ଏହାର ବିକାଶ ପଥରେ ଅଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ୬୫୩ଟି ଆପ୍‌ ସକ୍ରିୟ ଥିବାବେଳେ ଅବଶିଷ୍ଟ ୨୨୧ଟି ବିକାଶ ପଥରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe