ଶୋପିଆଁ ଗାଁରୁ ମିଳିଲା ଅପହୃତ ଟେରିଟରିଆଲ୍ ଆର୍ମି ଯବାନ୍ ଶାକିର୍‌ ମଞ୍ଜୁର୍‌ଙ୍କ ପୋଷାକ

Advertisment
ଶୋପିଆଁ ଗାଁରୁ ମିଳିଲା ଅପହୃତ ଟେରିଟରିଆଲ୍ ଆର୍ମି ଯବାନ୍ ଶାକିର୍‌ ମଞ୍ଜୁର୍‌ଙ୍କ ପୋଷାକ

Image Courtesy of Zee News

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଶୋପିଆଁରୁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିବା ଟେରିଟରିଆଲ୍ ଆର୍ମି ଯବାନ ଶାକିର ମଞ୍ଜୁରଙ୍କ ପୋଷାକ ଶୁକ୍ରବାର ସକାଳେ ମିଳିଛି। ତାଙ୍କ ଘର ଠାରୁ ପ୍ରାୟ ତିନି କିଲୋମିଟର୍ ଦୂର ତିନୋଟି ପୃଥକ୍ ସ୍ଥାନରୁ ତାଙ୍କ ପୋଷାକ ମିଳିଥିବା ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।

ଟେରିଟରିଆଲ୍ ଆର୍ମି ଯବାନ୍ ଶାକିର୍‌ ମଞ୍ଜୁର୍‌ଙ୍କ ଘର ଶୋପିଆଁର ରେଶିପୋରା ଗାଁରେ। ଅଗଷ୍ଟ ୨ ତାରିଖ ଦିନ ତାଙ୍କୁ ଅପହରଣ କରାଯାଇଛି। ତାଙ୍କର ପୋଡ଼ା ଗାଡ଼ିଟି କୁଲଗାମ ଜିଲ୍ଲାରୁ ମିଳିଥିଲା।

publive-image Image Courtesy of Zee News

ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ, ନିଖୋଜ ଯବାନଙ୍କ ପୋଷାକ ତାଙ୍କ ଘର ଠାରୁ ତିନି କିଲୋମିଟର ଦୂର ଅନ୍ୟ ଏକ ଗ୍ରାମ ‌ଲାଣ୍ଡୁରାରେ ଥିବା ଏକ ଫଳ ବଗିଚା ନିକଟସ୍ଥ ତିନୋଟି ପୃଥକ୍ ସ୍ଥାନରୁ ମିଳିଥିଲା।

ସେ ଗାଁର ଲୋକମାନଙ୍କ ଠାରୁ ସୂଚନା ପାଇବା ପରେ, ଘଟଣାସ୍ଥଳକୁ ଯାଇ ମଞ୍ଜୁର୍‌ଙ୍କ ସାର୍ଟ, ପ୍ୟାଣ୍ଟ୍‌ ଓ ଟି-ସାର୍ଟ ଉଦ୍ଧାର କରାଯାଇଥିବା କଥା ସ୍ଥାନୀୟ ଅଧିବାସୀ ମହମ୍ମଦ ଅଫଜଲ କହନ୍ତି। ପୋଷାକ ନିଖୋଜ ଅଫଜଲ୍‌ଙ୍କର ବୋଲି ତାଙ୍କ ଘର ଲୋକେ ସୁନିଶ୍ଚିତ କରିଛନ୍ତି। ଅପହରଣ ହେବା ଦି‌ନ ସେ ଏହାକୁ ପିନ୍ଧିଥିଲେ।

ଖବର ପାଇ ମିଳିତ ନିରାପତ୍ତା ବଳ ଫଳ ବଗିଚାକୁ ଆସିଥିଲେ। ଲୋକେ ସେମାନଙ୍କୁ ପାଇଥିବା ପୋଷାକପତ୍ର ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe