Image Source-Hindustantimes
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ସହମତି ପ୍ରକାଶ ପାଇଥିବାନେଇ ଚର୍ଚ୍ଚା ହେଉଥିବା ବେଳେ ଜଣେ ଶିବସେନା ବିଧାୟକ ବଡ଼ ବୟାନ୍ ଦେଇଛନ୍ତି। ସେ ବିଜେପିକୁ ଚେତାବନୀ ଦେଇଛନ୍ତି। ଔରଙ୍ଗାବାଦର ସିଲୋଦ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଶିବସେନା ବିଧାୟକ ଅବଦୁଲ ସତ୍ତାର କହିଛନ୍ତି ଯେ, ତାଙ୍କ ପାର୍ଟିର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଲୋକଙ୍କ ମୁଣ୍ଡ ଛେଚି ଦେବୁ ଏବଂ ଗୋଡ଼ ବି ଭାଙ୍ଗି ଦେବୁ। ଗଣତନ୍ତ୍ରରେ ବିଧାୟକଙ୍କ ଘୋଡ଼ା ବେପାର ବୈଧ ନୁହେଁ ବୋଲି ସେ କହିଛନ୍ତି।
Image Source-Mumbai liveସତ୍ତାର ସ୍ପଷ୍ଟଭାବେ କହିଛନ୍ତି ଯେ, ବିଜେପି କୌଣସି ପ୍ରକାରର ଘୋଡ଼ା ବେପାର କରି ପାରିବ ନାହିଁ କିନ୍ତୁ ଯଦି ଶିବସେନା ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରେ, ତେବେ ମୁଣ୍ଡ ଫଟାଇ ଦେବୁ। ଖାଲି ସେତିକି ନୁହେଁ ଯାହାର ମୁଣ୍ଡ ଫଟାଯିବ ତାଙ୍କର ହସ୍ପିଟାଲରେ ବିଶେଷ ଚିକିତ୍ସା ମଧ୍ୟ କରାଯିବବୋଲି ସତ୍ତାର କହିଛନ୍ତି।ତେବେ ସେ ନିଜ ଦଳ ଶିବସେନାର ଯେଉଁ ବିଧାୟକମାନେ ବିକ୍ରି ହେବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ଲାଗି କିଛି କହିନାହାନ୍ତି।
Follow Us