The Vaultz News
ଟୋକିଓ : ଆମେରିକା ତଥା ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍କୁ ସୁରକ୍ଷାର ଆଶା ଦେଇ ମଧ୍ୟ ରୁଷ୍ ଆକ୍ରମଣରୁ ତାକୁ ରକ୍ଷା କରିପାରିଲେ ନାହିଁ। ଏହା ଆମେରିକା ତଥା ନାଟୋ ମେଣ୍ଟର ରଣନୀତିକ ବିଫଳତା। ତେବେ ଏହାପରେ ଉତ୍ସାହିତ ହୋଇ ଚୀନ୍ ଯଦି ତାଇୱାନ୍ ଉପରେ ଆକ୍ରମଣ କରିଦିଏ, ଆମେରିକା ତାକୁ ବଞ୍ଚାଇପାରିବ ତ? ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଆଜି ଆମେରିକାକୁ ଏହି ପ୍ରଶ୍ନ ପଚାରିଛନ୍ତି।
ପ୍ରଭାବଶାଳୀ ରାଜନେତା ଆବେ କହିଲେ ଯେ, ତାଇୱାନ ଉପରେ ବିପଦ ମାନେ ଜାପାନ ଉପରେ ବିପଦ। ତାଇୱାନକୁ କେହି ଆକ୍ରମଣ କଲେ ତାହାଦ୍ବାରା ଜାପାନ ପ୍ରଭାବିତ ହେବ। କାରଣ ଜାପାନର ୟୋନାଗୁନି ଦ୍ବୀପ ତାଇୱାନର ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୧୧୦ କିମି ଦୂର। ଚୀନ୍ ଯଦି ତାଇୱାନକୁ କବ୍ଜା କରିନିଏ, ତେବେ ତାହା ଜାପାନର ବାୟୁସୀମା ଓ ଜଳସୀମାକୁ ମଧ୍ୟ ପ୍ରଭାବିତ କରିବ। ତେଣୁ ବାଇଡେନ ପ୍ରଶାସନ ତା’ର ତାଇୱାନ ନୀତି ସ୍ଥିର କରୁ ବୋଲି ଆବେ ଦାବି କରିଥିଲେ।
Follow Us