Advertisment

ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ପ୍ରେମିକା ସାମ୍ନାକୁ ଆସି ଦେଲେ ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା

Advertisment
ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ପ୍ରେମିକା ସାମ୍ନାକୁ ଆସି ଦେଲେ ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା

ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିଛି। ଏସଆଇଟି ଏହି ହତ୍ୟା ଘଟଣାର ବିଭିନ୍ନ ଦିଗକୁ କେନ୍ଦ୍ର କରି ତଦନ୍ତ ଜାରି ରଖିଛି। ଜାନୁଆରି ୨ ତାରିଖରେ ‌ମଡେଲଙ୍କ ହତ୍ୟା ହୋଇଥିଲେ ସୁଦ୍ଧା ରି‌ପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମେଡଲ ଦିବ୍ୟା ପାହୁଜାଙ୍କ ମୃତଦେହ ମିଳି ପାରିନାହଁ। ପ୍ରତିଦିନ ମଡେଲଙ୍କ ହତ୍ୟା ଘଟଣାକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ସାସୁଛି।

ଏହି ହତ୍ୟା ଘଟଣାରେ ଏବେ ମୁଖ୍ୟ ଅଭିଯୁକ୍ତ ତଥା ହୋଟେଲ ମାଲିକ ଅଭିଜିତଙ୍କ ପ୍ରେମିକା ସାମ୍ନାକୁ ଆସିଛନ୍ତି। ଏସଆଇଟିଙ୍କୁ ବି‌ଶେଷ ସୂତ୍ରରୁ ଖବର ମିଳିଛି କି, ଅଭିଜିତ ମଡେଲ ଦିବ୍ୟାଙ୍କୁ ହତ୍ୟା କରିବା ପରେ ମୃତଦେହ କେଉଁଠି ଫିଙ୍ଗିବେ ସେଥିପାଇଁ ଦିଲ୍ଲୀର ନଜଫଗଢ଼ରେ ରହୁଥିବା ତାଙ୍କ ପ୍ରେମିକାଙ୍କ ସାହାଯ୍ୟ ଲୋଡ଼ିଥିଲେ।

ପଚରାଉଚରା ବେଳେ ଅଭିଜିତଙ୍କ ପ୍ରେମିକା ଏସଆଇଟିଙ୍କୁ କହିଥିଲେ କି, ଅଭିଜିତ ମୋତେ ଜରୁରି ଆବଶ୍ୟକ ଅଛି ବୋଲି ଫୋନ କରି ଡାକିଥିଲେ। ମୁଁ ତାଙ୍କ ଫୋନ ପାଇ ସଙ୍ଗେସଙ୍ଗେ ହୋଟେଲ‌ରେ ଆସି ପହଞ୍ଚିଥିଲି। ଯେତେ‌ବେଳେ ଜାଣିଲି ସେ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି। ଆଉ ଉକ୍ତ ଯୁବତୀଙ୍କ ମୃତଦେହ କେଉଁଠି ଫିଙ୍ଗିଲେ ଠିକ ହେବ ସେଥିପାଇଁ ମୋର ସାହାଯ୍ୟ ଲୋଡ଼ୁଛନ୍ତି ମୁଁ ସ୍ତବ୍ଧ ହୋଇଯାଇଥିଲା। ମୁଁ ଏଥି‌ରେ କୌଣସି ସାହାଯ୍ୟ କରି ପାରିବି ନାହିଁ ବୋଲି ‌ରୋକଠୋକ ଅଭିଜିତଙ୍କୁ ମନା କରି ଦେଇଥିଲି।

ମୁଁ ଫୁଡ଼ଡେଲିଭରି ବ୍ୟବସାୟରେ ଜଡ଼ିତ ଅଛି। ଏହା ମାଧ୍ୟମରେ ମୋର ଅଭିଜିତଙ୍କ ସହିତ ଭେଟ ହୋଇଥିଲା।’

ଅଭିଜିତଙ୍କ ପ୍ରେମିକାଙ୍କ ଏଭଳି ମନ୍ତବ୍ୟ ପରେ  ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଅଭିଜିତଙ୍କ ପ୍ରେମିକାଙ୍କୁ ସରକାରୀ ସାକ୍ଷୀ କରିବାକୁ ଏସଆଇଟି ପ୍ରସ୍ତୁତି ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe