ନୂଆଦିଲ୍ଲୀ: ପ୍ରତିରକ୍ଷା ସେବାରେ ମହିଳାଙ୍କୁ ସାମିଲ କରିବା ନିଷ୍ପତ୍ତିର ତିନି ବର୍ଷ ପରେ ସେନାବାହିନୀର ପ୍ରଥମ ମହିଳା ଭାବେ ଆଜି କ୍ୟାପଟେନ ଅଭିଳାଷା ବାରକ ଲଢୁଆ ମହିଳା ପାଇଲଟ ହୋଇଛନ୍ତି । ଆଜି ସେ ସେନାର ଆଭିଏସନ କୋରରେ ଯୋଗ ଦେଇଛନ୍ତି | ଆର୍ମି ଆଭିଏସନ କର୍ପସରେ ଯୋଗଦେବା ପୂର୍ବରୁ ଅଭିଲାଶା ନାଶିକର କମ୍ବାଟ୍ ଆର୍ମି ଆଭିଏସନ୍ ଟ୍ରେନିଂ ସ୍କୁଲରେ କୋର୍ସ ସମାପ୍ତ କରିବାରେ ନିୟୋଜିତ ଥିଲେ। ଏକ ବର୍ଷର ତାଲିମ ଶେଷ କରିବା ପରେ, ସେ ଜଣେ ମହିଳା ଯୁଦ୍ଧ ବିମାନ ପାଇଲଟ୍ ଭାବେ ଆଜି ସେନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଘର ହରିୟାଣାରେ ହୋଇଥିବାବେଳେ ତାଙ୍କ ବାପା ମଧ୍ୟ ସେନାରେ କର୍ଣ୍ଣଲ ଥିଲେ |
ସେପ୍ଟେମ୍ବର ୨୦୧୮ରେ ବାରକଙ୍କୁ ଆର୍ମି ଏୟାର ଡିଫେନ୍ସ କର୍ପସରେ ନିଯୁକ୍ତ କରାଯାଇଥିଲା | ନାଶିକର ଏକ ଟ୍ରେନିଂ ସ୍କୁଲରେ ବିଦାୟୀ କାର୍ଯ୍ୟକ୍ରମରେ ତାଙ୍କ ସହ ୩୬ଜଣ ପାଇଲଟଙ୍କୁ 'ୱିଙ୍ଗସ୍' ସମ୍ମାନରେ ସମ୍ମାନିତ କରାଯାଇଥିଲା । ସୂଚନା ମୁତାବକ ଅଭିଳାଷାଙ୍କୁ ୨୦୭୨ ଆର୍ମି ଆଭିଏସନ୍ ସ୍କ୍ୱାଡ୍ରନରେ ସାମିଲ କରାଯାଇଛି ଯାହାକି ଧ୍ରୁବ ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ALH) ସଂଚାଳନ କରିଥାଏ ।
ସୂଚନା ଥାଉ କି ଯେ ମହିଳା ଅଧିକାରୀମାନେ ଦୀର୍ଘ ଦିନ ଧରି ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାରେ ହେଲିକପ୍ଟର ଉଡାଉଥିଲେ | କିନ୍ତୁ ସେନା ଏହାକୁ ୨୦୨୧ ମସିହାରେ ଆରମ୍ଭ କରିଥିଲେ। ବର୍ତ୍ତମାନ ଆର୍ମି ଆଭିଏସନରେ ମହିଳା ଅଧିକାରୀମାନଙ୍କୁ କେବଳ ଗ୍ରାଉଣ୍ଡ କାମ ଦିଆଯାଉଥିଲା |
Follow Us