ଅଭିନନ୍ଦନଙ୍କ ଭଳି ତାଙ୍କ ମା’ ଶୋଭା ବି ଜଣେ ନିର୍ଭୀକା ମହିଳା, ମୃତ୍ୟୁକୁ ସେ ବି ଦେଖିଥିଲେ ଅତି ନିକଟରୁ

Advertisment
ଅଭିନନ୍ଦନଙ୍କ ଭଳି ତାଙ୍କ ମା’ ଶୋଭା ବି ଜଣେ ନିର୍ଭୀକା ମହିଳା, ମୃତ୍ୟୁକୁ ସେ ବି ଦେଖିଥିଲେ ଅତି ନିକଟରୁ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବୀରତ୍ୱ ପାଇଁ ଆଜି ସାରା ଦେଶ ତାଙ୍କୁ ପ୍ରଶଂସା କରୁଛି। ବର୍ତମାନଙ୍କ ପିତା ଏୟାର ମାର୍ଶଲ ଏସ ବର୍ଦ୍ଧମାନ ଓ ମାତା ଡା. ଶୋଭା ବର୍ତମାନଙ୍କ ସାହସକୁ ମଧ୍ୟ ଲୋକମାନେ ବହୁତ ପ୍ରଂଶସା କରିଛନ୍ତି । ପ୍ରକୃତରେ ଅଭିନନ୍ଦନ ଏହି ମନୋବଳ ଓ ସାହସ ନିଜ ମାଆଙ୍କ ଠାରୁ ହାସଲ କରିଥିବା କଥା କୁହାଯାଉଛି।

publive-image

ଡା. ଶୋଭା ବର୍ତମାନ ମଧ୍ୟ ନିଜ ପୁଅ ଭଳି ମୃତ୍ୟୁର ସାମନା କରିସାରିଛନ୍ତି। ସେ ବିଶ୍ୱର ଅନେକ ଯୁଦ୍ଧଗ୍ରସ୍ତ ଦେଶଗୁଡିକ ଯେମିତିକି, ଲିବେରିୟା, ଇରାକ, ଆଇଭରି କୋଷ୍ଟ, ପାପୁଆ ନ୍ୟୁ ଗିନି ଓ ଲାଓସରେ ଡାକ୍ତର ଭାବେ ନିଜର ସେବା ଦେଇସାରିଛନ୍ତି । ସେ ବିଶ୍ୱ ସ୍ତରରେ ମାଗଣାରେ ଡାକ୍ତରୀ ସେବା କରୁଥିବା ସ୍ୱଂୟସେବକରେ ସାମିଲ ହୋଇସାରିଛନ୍ତି । ଶୋଭା ଏମଏସଏଫ ଅର୍ଥାତ ମେଡିସିନ୍‌ସ ସୋଇନ୍‌ସ ଫ୍ରଂଟିୟର୍ସର ସଦସ୍ୟ ଥିଲେ, ଯାହା ଅଧିନରେ ସେ କିଛି ଦେଶଗୁଡିକୁ ଯାଇଛନ୍ତି। ଯେଉଁଠି କେବଳ ଏକେ-୪୭ ଓ ଅସ୍ତ୍ରଶସ୍ତ୍ରର ଶାସନ ଥିଲା ।

publive-image

ଅଭିନନ୍ଦନଙ୍କ ନିର୍ଭୀକା ମାଆ ଇରାନ ଓ ଇରାକରେ ସଂଘର୍ଷର ସବୁଠାରୁ ବିପଦଜନକ ସମୟ ଦେଖିଛନ୍ତି। ଯେଉଁଠାରେ କୌଣସି ମୁହୂର୍ତ୍ତ ବି ଜୀବନ ଚାଲିଯିବାର ଅନେକ ଆଶଙ୍କା ଥିଲା। ଏହାପରେ ସେ ପପୁଆ ନ୍ୟୁ ଗିନିରେ ୨୦୦୯ରେ ସେହି ଆଦିବାସୀଙ୍କ ଚିକିତ୍ସା କରିଛନ୍ତି, ଯାହାଙ୍କ ମୁଣ୍ଡରେ ତୀର ଓ ପୁରୁଣା ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏହା ବ୍ୟତୀତ ଡା. ଶୋଭା ଅପରେସନ୍‌ ସ୍ମାଇଲ ପାଇଁ ମଧ୍ୟ ସ୍ୱଇଚ୍ଛାରେ କାମ କରିଛନ୍ତି । ସେ ବାଲ୍ୟ ଯୌନ ଶୋଷଣର ଦୋଷୀଙ୍କ ଦଣ୍ଡ ବାଇବା ପାଇଁ ସକ୍ରିୟ ରୂପେ ଅନଲାଇନ୍‌ ଅଭିଯାନ ବି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe