କିଭଳି ରଣନୀତି ଯୋଗୁଁ ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ ସଫଳ ହୋଇଥିଲା ସେ ବିଷୟରେ ଜଣାଇଲେ ପାଇଲଟ୍‌ ଅଭିନନ୍ଦନଙ୍କ ବାପା

କିଭଳି ରଣନୀତି ଯୋଗୁଁ ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ ସଫଳ ହୋଇଥିଲା ସେ ବିଷୟରେ ଜଣାଇଲେ ପାଇଲଟ୍‌ ଅଭିନନ୍ଦନଙ୍କ ବାପା

Financial Tribune

ନୂଆଦିଲ୍ଲୀ : ଆଇଆଇଟି ମାଡ୍ରାସର ଡିଫେନ୍ସ ଷ୍ଟଡିଜ୍‌ର ଛାତ୍ରଛାତ୍ରୀମାନଙ୍କୁ ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌ ବିଷୟରେ ଜଣାଇଥିଲେ ପାଇଲଟ୍‌ ଅଭିନନ୍ଦନଙ୍କ ବାପା ସିମ୍ହାକୁଟ୍ଟୀ ବର୍ତମାନ । ଏୟାର ଷ୍ଟ୍ରାଇକ୍‌କୁ ମାସେ ଉପରେ ବିତି ସାରିଥିବା ବେଳେ ପାଇଲଟ୍‌ ଅଭିନନ୍ଦନଙ୍କ ବାପା ସିମ୍ହାକୁଟ୍ଟୀ ବର୍ତମାନ ଭାରତୀୟ ବାୟୁସେନା କିଭଳି ଏୟାର ଷ୍ଟ୍ରାଇକ୍‌ କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ ।

ତାଙ୍କ କହିବା ଅନୁଯାୟୀ, ଭାରତ ବାଲାକୋଟ୍‌ରେ ଥିବା ଜୈସ୍‌ର ପ୍ରଶିକ୍ଷଣ ଶିବିର ଉପରେ ଯେଉଁ ସମୟରେ ଆକ୍ରମଣ କରିଥିଲା, ସେ ସମୟରେ ସେଠାରେ ୨୫୦-୩୦୦ଆତଙ୍କବାଦୀ ଉପସ୍ଥିତ ଥିଲେ । ଭାରତୀୟ ବାୟୁସେନା ୧୦୦୦କିଲୋ ଓଜନର ବୋମା ଜୈସ୍‌ର ପ୍ରଶିକ୍ଷଣ ଶିବିର ଉପରେ ପକାଇଥିବା ବେଳେ ଆଶା କରାଯାଉଛି କି ସେଠାରେ ଉପସ୍ଥିତ ଥିବା ୩୦୦ଆତଙ୍କବାଦୀ ନିହତ ହୋଇଥିବେ । ପାକିସ୍ତାନ ଏ କଥାକୁ ସ୍ୱୀକାର କରି ନଥିଲେ ମଧ୍ୟ ଆତଙ୍କବାଦୀ ନିହତ ହୋଇ ନଥିବା କଥାକୁ କେହି ଏଡ଼ାଇ ପାରିବେ ନାହିଁ । ପାକ୍‌ର ଏଫ୍‌ -୧୬ ବିମାନ ଏବଂ ଅମରାମ ମିସାଇଲ ବହୁତ ବିପଦଜନକ ଥିବାରୁ ଭାରତୀୟ ବାୟୁସେନାକୁ ବାଲାକୋଟ୍‌ ଯିବା ପୂର୍ବରୁ ସେମାନଙ୍କ ଆଖି ଆଗରୁ ବଞ୍ଚିବାର ଥିଲା । ଯାହା ପାଇଁ ପାକ୍‌ ଲଢ଼ୁଆ ବିମାନଙ୍କୁ ଅଲଗା ଦିଗରେ ନେବା ପାଇଁ ଭାରତ ପ୍ରଥମେ ୭ଟି ବିମାନକୁ ବାହାବଲପୁର ଦିଗରେ ପଠାଇଥିଲା ।

publive-image oneindia.com

ଯାହାଦ୍ୱାରା ପାକ୍‌ ସେନା ଭାରତ ବାହାବଲପୁରରେ ଥିବା ଜୈସ୍‌ର ମୁଖ୍ୟାଳୟ ଉପରେ ଆକ୍ରମଣ କରିବ ବୋଲି ଭାବି ନିଜର ସବୁ ଲଢ଼ୁଆ ବିମାନକୁ ବାହାବଲପୁର ଅଭିମୁଖେ ପଠାଇ ଦେଇଥିଲା ପାକ୍‌ । ଏହା ପରେ ପରେ ଭାରତୀୟ ବାୟୁସେନା ନିଜର ଯୋଜନା ମୁତାବକ, ଖୁବ୍‌ ସହଜରେ ବାଲାକୋଟ୍‌ରେ ଆକ୍ରମଣ କରି ପାରିଥିଲେ ବୋଲି କହିଥିଲେ ସିମ୍ହାକୁଟ୍ଟୀ ବର୍ତମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe