ଭାରତ ଫେରିବା ପରେ ବି ପାକିସ୍ତାନ ଅଭିନନ୍ଦନଙ୍କ ଏସବୁ ଜିନିଷ ଫେରାଇ ନାହିଁ

Advertisment
ଭାରତ ଫେରିବା ପରେ ବି ପାକିସ୍ତାନ ଅଭିନନ୍ଦନଙ୍କ ଏସବୁ ଜିନିଷ ଫେରାଇ ନାହିଁ

ନୂଆଦିଲ୍ଲୀ : ଭାରତର ପ୍ରବଳ ସାମରିକ ଏବଂ କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚାଇଥିଲା ପାକିସ୍ତାନ। ଅଭିନନ୍ଦନଙ୍କୁ ଛାଡ଼ିବା ପରେ ପାକିସ୍ତାନ ଶାନ୍ତି ନୋବେଲ ପୁରସ୍କାର ଦାବି କରିଛି। ସୋସିଆଲ ମିଡିଆରେ ହେଉ ଅବା ଦେଶର କୋଣଅନୁକୋଣ ସବୁସ୍ଥାନରେ ପାକିସ୍ତାନ ନିଜର କାର୍ଯ୍ୟକଳାପ ଓ ମିଥ୍ୟା ଦାବିକୁ ନେଇ ଲୋକହସା ହୋଇଛି। ତେବେ ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ପାକିସ୍ତାନ ସିନା ଛାଡି ଦେଇଛି କିନ୍ତୁ ତାଙ୍କର ସମସ୍ତ ଜିନିଷ ଫେରାଇ ନାହିଁ। କାଙ୍ଗାଳ ପାକିସ୍ତାନ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ଘଣ୍ଟା, ମଉଜା ଓ ଚଷମା ଫେରାଇ ଦେଇଛି। କିନ୍ତୁ ପିସ୍ତଲ, ମ୍ୟାପ୍‌ ଓ ସରଭାଇଭଲ୍‌ କିଟ୍‌ ଫେରାଇ ନଥିବା ସୂଚନା ମିଳିଛି।

publive-image

ଶୁକ୍ରବାର ଅଟାରି-ୱାଘା ସୀମାରେ ଅଭିନନ୍ଦନ ଭାରତରେ ପାଦ ଦେଇଥିଲେ। ସେତେବେଳେ ସେ ଖାଲି ହାତରେ ଓ ସିଭିଲ୍‌ ଡ୍ରେସ୍‌ରେ ଥିଲେ। ତାଙ୍କ ହାତରେ ନା କୌଣସି ବ୍ୟାଗ୍‌ ନା ଅନ୍ୟ କିଛି ସାମଗ୍ରୀ ଥିଲା। ଅଭିନନ୍ଦନ ଯେତେବେଳେ ପାକିସ୍ତାନ ଅଧୀନରେ ଥିବା ଅଞ୍ଚଳରେ ଓହ୍ଲାଇ ଥିଲେ ସେତେବେଳେ ସ୍ଥାନୀୟଲୋକେ ତାଙ୍କୁ ଗାଡେଇ ଥିଲେ। ଏହି ସମୟରେ ଅଭିନନ୍ଦନ ଫାଙ୍କା ଗୁଳି ଚାଳନ କରିଥିଲେ। ତାଙ୍କ ପାଖରେ ବନ୍ଧୁକ ଥିଲା ଓ ବାୟୁସେନାର ୟୁନିଫର୍ମ ଥିଲା। ଏଥିସହିତ ଅଭିନନ୍ଦନଙ୍କ ପାଖରେ ଜରୁରୀ ଦସ୍ତାବିଜ ବି ଥିଲା, କିନ୍ତୁ ସେ ଶତ୍ରୁ ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ସେସବୁକୁ ନଷ୍ଟ କରି ଦେଇଥିଲେ।

publive-image
ଉଲ୍ଲେଖଯୋଗ୍ୟ ଯେ, ବାୟୁସେନା ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ପ୍ରୟାସ କରିବାରୁ ଏହାକୁ ପଣ୍ଡ କରିବା ପାଇଁ ଅଭିନନ୍ଦନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରି ପାକ୍‌ ଯୁଦ୍ଧ ବିମାନ ଏଫ୍‌-୧୬କୁ ଆକ୍ରମଣ କରିଥିଲେ ଏବଂ ଏହାକୁ ଖସାଇଦେବାକୁ ସକ୍ଷମ ହୋଇଥିଲେ। ତେବେ ଅଭିନନ୍ଦନଙ୍କ ମିଗ୍‌-୨୧ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହେବାରୁ ତାଙ୍କୁ ପାକ୍‌ ସେନା ବନ୍ଦୀ କରିନେବାକୁ ସଫଳ ହୋଇଥିଲା। ଅଭିନନ୍ଦନଙ୍କୁ ପାକ୍‌ ସେନା ଗଣମାଧ୍ୟମରେ ଦେଖାଇବା ପରେ ଭାରତ ବଡ଼ଧରଣର କୂଟନେତିକ ଅଭିଯାନ ଆରମ୍ଭ କରିଥିଲା ଏବଂ ତୁରନ୍ତ ତାଙ୍କୁ ଫେରାଇବାକୁ ପାକିସ୍ତାନକୁ ଚେତାବନୀ ଦେଇଥିଲା। ଭାରତର ରଣନୀତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିନନ୍ଦନଙ୍କୁ ଛଡ଼ିବା ପଶିଁ ପାକ୍‌ ସଂସଦରେ ଘୋଷଣା କରିଥିଲେ ଏବଂ ର୍ନିଦ୍ଧାରିତ ପ୍ରକ୍ରିୟାରେ ୱାଘା ସୀମାରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe