ଅମିତାଭଙ୍କ ପରେ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମଣର ଶିକାର, ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି

Advertisment
ଅମିତାଭଙ୍କ ପରେ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମଣର ଶିକାର, ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି

JattDiSite.com

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ୍ କରୋନା ଆକ୍ରାନ୍ତ ହେବାର ସୂଚନା ଟୁଇଟ୍ କରି ଜଣାଇବାର କିଛି ସମୟ ପରେ ଅନୁରୂପ ଟୁଇଟ୍ କରିଛନ୍ତି ତାଙ୍କର ପୁତ୍ର ତଥା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ୍ । ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି। ଅଭିଷେକ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ରାତି ୧୨ଟା ପାଖାପାଖି ଅଭିଷେକ ଟୁଇଟ୍ କରି କହିଛନ୍ତି, ମୁଁ ଏବଂ ମୋର ବାପା ଉଭୟ କରୋନା ପରୀକ୍ଷା କରିଥିଲୁ ଏବଂ ଆମେ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଛୁ। ଆମ ଦୁଇ ଜଣଙ୍କ ଠାରେ ରୋଗର ସାମାନ୍ୟ ଲକ୍ଷଣ ଦେଖା ଦେଇଛି ଓ ଆମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛୁ।ଆମେ ନିୟମ ଅନୁଯାୟୀ ସରକାରୀ ଅଧିକାରୀଙ୍କୁ ସୂଚିତ କରିଦେଇଛୁ।ଆମ ପରିବାରର ସଦସ୍ୟ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ଶାନ୍ତ ରହନ୍ତୁ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ।

ଆଶ୍ବସ୍ତିର ବିଷୟ ହେଲା,  ଅଭିଷେକଙ୍କ ମା’ ଜୟା ବଚ୍ଚନଙ୍କ କରୋନା ପରୀକ୍ଷା ନେଗେଟିଭ୍ ଆସିଛି ବୋଲି ସୂଚନା ମିଳିଛି। ସେ କରୋନା ଆକ୍ରାନ୍ତ ହୋଇନାହାନ୍ତି।  ମୁମ୍ବାଇ ମହାନଗର ନିଗମର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେହିପରି ଅଭିଷେକଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇନାହାନ୍ତି।

ଏହି ଘଟଣାର କିଛି ସମୟ ପୂର୍ବରୁ  ଅମିତାଭ ବଚ୍ଚନ ନିଜେ ଟୁଇଟ୍ କରି କହିଥିଲେ, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି … ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି …ମୋ ପରିବାରବର୍ଗ ଏବଂ କର୍ମଚାରୀମାନେ ପରୀକ୍ଷା ଲାଗି ନମୁନା ଦେଇଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି .. ଗତ ୧୦ ଦିନ ମଧ୍ୟରେ ମୋ ନିକଟତର ଥିବା ସମସ୍ତଙ୍କୁ ଅନୁରୋଧ କରାଯାଉଛି ଦୟାକରି ସେମାନେ ନିଜେ ପରୀକ୍ଷା କରାଇ ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe