କୋଇଲା ଦୁର୍ନୀତି: ବିମାନ ବନ୍ଦରରେ ଅଟକ ହେଲେ ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା

Advertisment
କୋଇଲା ଦୁର୍ନୀତି: ବିମାନ ବନ୍ଦରରେ ଅଟକ ହେଲେ ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା

କୋଲ୍‌କାତା: ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ବାହାରିଥିବା ‘ତୃଣମୂଳ କଂଗ୍ରେସ’ ନେତା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଆଜି ‘ଇମିଗ୍ରେସନ୍‌ ଅଥରିଟି’ ଦମ୍‌ଦମ୍‌ ବିମାନ ବନ୍ଦରରେ ଅଟକାଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ରୁଜିରାଙ୍କ ନାଁରେ ‘ଲୁକ୍‌-ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଥିଲା। ଏହି ସର୍କ୍ୟୁଲାର୍‌ରେ ତାଙ୍କ ବିଦେଶ ଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଯାଇଛି।

ରୁଜିରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ସମନ୍ ଜାରି କରିଛି ଏବଂ ୨ ଦିନ ପରେ ତାଙ୍କୁ ଜେରା କରାଯିବ ବୋଲି ଅବଗତ କରାଇଛି। କିନ୍ତୁ, ସେ ଆଜି ଦୁବାଇ ଯିବା ଲାଗି ବିମାନ ଧରିବା ପାଇଁ  ଦମ୍‌ଦମ୍‌ ବିମାନ ବନ୍ଦର ବା ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ‘ଇମିଗ୍ରେସନ୍‌ ଅଥରିଟି’ମାନେ ଅଟକାଇବା ସହିତ ବିମାନ ଚଢ଼ାଇ ଦେଇ ନ ଥିଲେ।

ପ୍ରବର୍ତ୍ତନ ନିର୍ଦେଶାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଜାରି କରାଯାଇଥିବା ‘ଲୁକ୍‌-ଆଉଟ୍‌-ସର୍କୁଲାର୍‌’ ସକ୍ରିୟ ଥିବାରୁ ରୁଜିରାଙ୍କୁ ଅଟକାଯାଇଛି।

ପଶ୍ଚିମବଙ୍ଗ କ‌ୋଇଲା ଦୁର୍ନୀତି ମାମଲା‌ରେ ପୂର୍ବରୁ ମଧ୍ୟ ରୁଜିରା ବାନାର୍ଜୀଙ୍କୁ କେନ୍ଦ୍ରୀୟ ଏଜେନ୍‌ସି ଜେରା କରିଛି। ୨୦୨୦ରେ ‘ସିବିଆଇ’ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ ସହିତ ପ୍ରବର୍ତ୍ତନ ନିର୍ଦେଶାଳୟର ଏହି ତଦନ୍ତର ସମ୍ପୃକ୍ତି ରହିଛି।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ମୁଖପାତ୍ରୀ ପ୍ରିୟଙ୍କା ଟିବ୍ରେୱାଲ୍‌ କହିଛନ୍ତି, ଏଥିରେ ରାଜନୈତିକ ଆକ୍ରୋଶ ନାହିଁ। ଆଗରୁ ରୁଜିରାଙ୍କ ନାଁରେ ‘ଲୁକ୍‌-ଆଉଟ୍‌’ ନୋଟିସ୍‌ ଜାରି କରାଯାଇଛି। ତେଣୁ, ସେ ଦେଶ ଛାଡ଼ି ଯିବେ କେମିତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe