ସିବିଆଇର ସମନ୍ ପୂର୍ବରୁ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କର ମୁଖା ଖୋଲିଦେଇଛି: କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

Advertisment
ବାବୁଲ ଖେଳିଲେ ବଙ୍ଗାଳୀ କାର୍ଡ! ୮ ବର୍ଷ ମଧ୍ୟରେ କୌଣସି ବଙ୍ଗାଳୀଙ୍କୁ କ୍ୟାବିନେଟ ପାହ୍ୟା ଦେଇନାହାନ୍ତି ମୋଦୀ-ଶାହା

image source-New Indian Express

କୋଲକାତା: ସିବିଆଇ ଟିମ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିବା ଘଟଣା ଉପରେ ରବିବାର ଦିନ କେନ୍ଦ୍ର ରାଜ୍ୟମନ୍ତ୍ରୀ ବାବୁଲ ସୁପ୍ରିୟୋ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ସିବିଆଇର ସମନ ଆସିବାର ବହୁ ଦିନ ପୂର୍ବରୁ ସେ ଉଭୟଙ୍କର ମୁଖା ଖୋଲି ଦେଇଛନ୍ତି। କୋଇଲା ଚୋରା ଚାଲାଣ ମାମଲାରେ ଦୁହେଁ ସଂଶ୍ଳିଷ୍ଟ ବୋଲି ସେ ଜୋର ଦେଇ କହିଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପୃକ୍ତିକୁ ଥିବା ଦର୍ଶାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଥରେ 'କାନ ଟାଣିବା ପରେ ମୁଣ୍ଡ ବି ଟଣାଯାଏ।

ସେହିଭଳି ବିଜେପି ନେତା ରୁପା ଗାଙ୍ଗୁଲି ଏବଂ ଜୟ ପ୍ରକାଶ ମଜୁମଦାର ଏହାକୁ 'ସବୁଠୁ ବଡ ଘୋଟାଲା' ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ,‘ଆମେ ଜାଣୁ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ମିଶ୍ର ଲୁଚିଛନ୍ତି। ତାଙ୍କ ପରେ ଅଭିଷେକଙ୍କ ନାମ ଆସୁଛି। ଆମେ ଆଶା କରୁଛୁ ଅଭିଷେକ ବାନାର୍ଜୀ ସିବିଆଇ ସହ ସହଯୋଗ କରିବେ। ଟିଏମସିର ନାକ ତଳେ ଏସବୁ ଘଟୁଛି ଏବଂ ବର୍ତ୍ତମାନ ସତ୍ୟ ସାମ୍ନାକୁ ଆସିବ।’

publive-image indiatoday

ସୂଚନାଯୋଗ୍ୟ, କୋଇଲା ଚୋରା ଚାଲଣ ଘଟଣାରେ ପଚରାଉଚରା କରିବାକୁ ସିବିଆଇ ଟିମ୍ ଏକ ନୋଟିସ ନେଇ ଅଭିଷେକଙ୍କ ଘରେ ପହଞ୍ଚିଛି। ଅଭିଷେକଙ୍କ ଘରେ ସିବିଆଇ ଦେଇଥିବା ସମନ ମୁତାବକ ଅଭିଷେକଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ କୋଇଲା ଚୋରା ଚାଲାଣ ନେଇ ୨୪ ଘଣ୍ଟା ମଧ୍ୟରେ ପଚରାଉଚରା କରାଯିବ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅଭିଯୋଗ ହେଉଛି ଯେ, କୋଇଲା ମାଫିଆ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତାମାନଙ୍କୁ ନିୟମିତ ଟଙ୍କା ପ୍ରଦାନ କରୁଥିଲେ। ଏହି ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ବିଭିନ୍ନ କାମରେ ଲାଗୁଥିଲା, ଯିଏ ଏବେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ସିବିଆଇ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛି। ଅଧିକ ତଥ୍ୟ ପାଇଁ ସିବିିଆଇ ରୁଜିରାଙ୍କୁ ସମନ କରିଥିବା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe