ଓ୍ଵାସିିଂଟନ: ପେଟପାଟଣା ପାଇଁ ଆମେରିକାରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ମୁଣ୍ଡବଥା ବଢ଼ାଇଦେଇଥିବା ଏଚ୍-୧ବି ଭିସା କଟକଣାକୁ ଟ୍ରମ୍ପ୍ ପ୍ରଶାସନ ହଟାଇନେଇଛନ୍ତି। ଫଳରେ ବାଧ୍ୟ ହୋଇ ପେଡ଼ିପତ୍ର ବାନ୍ଧି ଅନିଚ୍ଛାରେ ସ୍ୱଦେଶ ଫେରିବାକୁ ପ୍ରସ୍ତୁତ ହେଉଥିବା ଏହି ଭାରତୀୟଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି।
ସୂଚନା ଥାଉ କି, ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଦାୟିତ୍ୱ ନେଲା ପରେ ତାଙ୍କ ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ପାଳନ ପୂର୍ବକ ଆମେରିକାରେ ରହୁଥିବା ପ୍ରବାସୀମାନଙ୍କ ଏଚ୍-୧ବି ଭିସା ଉପରେ କଟକଣା ଘୋଷଣା କରିଥିଲେ। ଟ୍ରମ୍ପ୍ଙ୍କ ‘ବାୟ ଆମେରିକାନ୍, ହାୟାର ଆମେରିକାନ୍’ ନୀତିରେ କେବଳ ଆମେରିକୀୟମାନଙ୍କୁ ଲୋଭନୀୟ ଚାକିରିରେ ଥଇଥାନ କରିବା ପାଇଁ ଏପରି ବିଦେଶୀମାନଙ୍କୁ ପରୋକ୍ଷରେ ହଟାଇବା ଯୋଜନା ହୋଇଥିଲା। ଟ୍ରମ୍ପ ପ୍ରଶାସନର ଏହି କଟକଣା ଦ୍ୱାରା ଉକ୍ତ ଭିସା ବଳରେ ଆମେରିକାରେ ସର୍ବାଧିକ ୬ ବର୍ଷ ଯାଏ ରହିବାକୁ ମିଳିଥିବା ଅନୁମତିର ନବୀକରଣରେ ରୋକ ଲାଗିଥିଲା। ଫଳରେ ଆମେରିକାରେ ରହୁଥିବା ଲକ୍ଷ ଲକ୍ଷ ବିଦେଶୀଙ୍କର ସେଠାରେ ସ୍ଥାୟୀ ରହଣି ସ୍ୱପ୍ନ ଏକରକମ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଥିଲା। ଏଥିରେ ପ୍ରାୟ ୫ ଲକ୍ଷରୁ ସାଢ଼େ ୭ ଲକ୍ଷ ସଂଖ୍ୟକ ଭାରତୀୟ ବିଶେଷ କରି ପ୍ରଯୁକ୍ତି ବିଦ୍ୟା ବିଶାରଦ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଥିଲା। ଛଅ ବର୍ଷର ରହଣି ଅନୁମତି ମିଆଦ ପୂରିବା ଆଗରୁ ସେମାନେ ସପରିବାର କୌଣସିମତେ ଆମେରିକା ଛାଡ଼ିବା ପାଇଁ ମାନସିକ ପ୍ରସ୍ତୁତି ଚଳାଇଥିଲେ। ତେବେ ସୋମବାର ଟ୍ରମ୍ପ ପ୍ରଶାସନ ଅଚାନକ ଏପରି କଟକଣା ଲାଗୁ ହେବନି ବୋଲି ଘୋଷଣା କରି ଲକ୍ଷ ଲକ୍ଷ ପରିବାର ମୁହଁରେ ହସ ଫୁଟାଇଛନ୍ତି।
ହଟିଲା ଏଚ୍-୧ବି ଭିସା କଟକଣା:ଲକ୍ଷ ଲକ୍ଷ ପ୍ରବାସୀ ଭାରତୀୟ ଆଶ୍ୱସ୍ତ
Advertisment
Follow Us