ବିଚାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ

Advertisment
ଆନ୍ଦୋଳନକୁ ଯିବେ ନାହିଁ ଆଇନଜୀବୀ

Telegraph India

ନୂଆଦିଲ୍ଲୀ : ଓଡ଼ିଶାର ଜଣେ ଅବସରପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦାଏର ଚାର୍ଜସିଟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ କହିଛନ୍ତି ବିଚାର ବିଭାଗୀୟ ଅଧିକାରୀ ସେବାନିବୃତ୍ତ ଲାଭର ହକଦାର। ବିଭାଗୀୟ ଯାଞ୍ଚ କାରଣରୁ ଆବେଦନକାରୀଙ୍କ ରୋକି ଦିଆଯାଇଥିବା ଟର୍ମିନାଲ ଓ ସେବାନିବୃତ୍ତ ଲାଭ ବାର୍ଷିକ ୯ ପ୍ରତିଶତ ସୁଧ ସହିତ ପାଇବା ପାଇଁ ହକଦାର ବୋଲି ମଧ୍ୟ ସୁପ୍ରିମକୋର୍ଟ ଆଦେଶରେ କହିଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ବାରା ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ପାଇଁ ଦାଖଲ ରିଟ ପିଟିସନ୍‌ ବିଚାର କରି ସୁପ୍ରିମକୋର୍ଟ ଏହା କହିଛନ୍ତି। କେୟାରଟେକର୍‌ମାନଙ୍କ ଚୟନ ପ୍ରକିୟାରେ ଅନିୟମିତତା ଅଭିଯୋଗ କାରଣରୁ ବିଚାର ବିଭାଗୀୟ ଅଧିକାରୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ।

ଉକ୍ତ ଅଧିକାରୀ ଜୁନ ୨୮, ୨୦୧୨ରୁ ଅକ୍ଟୋବର ୧, ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲରେ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ କେୟାରଟେକର୍‌ ପଦ ପାଇଁ ବିଜ୍ଞାପନ ବାହାରିଥିଲା। ତଦନୁସାରେ ଚୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଚୟନ ପ୍ରକ୍ରିୟାକୁ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ନିକଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଯାହାକୁ କି ଟ୍ରିବ୍ୟୁନାଲ ଖାରଜ କରିଦେଇଥିଲେ। ଏହା ପରେ ଏହାକୁ ହାଇକୋର୍ଟ ମଧ୍ୟ ଖାରଜ କରିଦେଇଥିଲେ। ନ୍ୟାୟିକ ଅଧିକାରୀଙ୍କ ଅବସର ନେବାର ଠିକ୍ ଦୁଇ ଦିନ ପୂର୍ବରୁ ତାଙ୍କୁ ଚୟନ ପ୍ରକ୍ରିୟାରେ ହୋଇଥିବା ଅନିୟମିତା ସଂପର୍କରେ ଗୋଟିଏ ଚିଠି କରାଯିବା ସହ ତାଙ୍କ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe