୨୫ ସପ୍ତାହ ଯାଏଁ ଗର୍ଭପାତ ଲାଗି ଅନୁମତି ମିଳିଲା!

Advertisment
୨୫ ସପ୍ତାହ ଯାଏଁ ଗର୍ଭପାତ ଲାଗି ଅନୁମତି ମିଳିଲା!

photo-ndtv

ମୁମ୍ବାଇ:ଭାରତରେ ପ୍ରଥମ ଥର ପାଇଁ ନ୍ୟାୟାଳୟ ୨୫ ସପ୍ତାହରୁ ଅଧିକ ସମୟ ଯାଏଁ ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଗର୍ଭପାତ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ବମ୍ବେ ହାଇକୋର୍ଟ ଗତକାଲି ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଏଭଳି ଅନୁମତି ପ୍ରଦାନ କରିଛନ୍ତି, ଯିଏ କି ୨୫ ସପ୍ତାହରୁ ଅଧିକ ସମୟ ଧରି ଗର୍ଭଧାରଣ କରିଛନ୍ତି।

ମୁମ୍ବାଇର ପ୍ରୀତି ରାଓ୍ଵଲ୍‌ ୨୨ ସପ୍ତାହର ଗର୍ଭବତୀ ଥିବା ବେଳେ ଗର୍ଭପାତ କରିବା ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନ୍ୟାୟାଳୟରେ ଆବେଦନ କରି ଦର୍ଶାଇଥିଲେ ଯେ, ତାଙ୍କର ଅନେକ ସ୍ନାୟୁଗତ ଓ କଙ୍କାଳ ସଂପର୍କୀତ ଅସମାନ୍ୟତା ରହିଛି। ଏହା ତାଙ୍କୁ ସନ୍ତାନ ପ୍ରସବ ସମୟରେ ମୃତ୍ୟୁମୁଖକୁ ଠେଲି ଦେଇପାରେ ବୋଲି ପ୍ରୀତି ଦର୍ଶାଇଥିଲେ। ତା’ଛଡ଼ା ସେ ଗଭୀର ଶାରୀରିକ ଯନ୍ତ୍ରଣା ହେତୁ ଗର୍ଭଧାରଣକୁ ରକ୍ଷା କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି କହିଥିଲେ।

ତେବେ ୨୦ ସପ୍ତାହରୁ ଅଧିକ ସମୟ ଗର୍ଭବତୀ ମହିଳାଙ୍କୁ ପୂର୍ବରୁ ଗର୍ଭପାତର ଅନୁମତି ନ୍ୟାୟାଳୟ ପକ୍ଷରୁ ଦିଆଯାଉନଥିଲା। କିନ୍ତୁ ଏହି ମାମଲାରେ ଉଚ୍ଚ ନ୍ୟାୟାଳୟ ଜେଜେ ହସ୍ପିଟାଲ୍‌ ପ୍ୟାନେଲଙ୍କୁ ପ୍ରୀତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସେହି ପ୍ୟାନେଲ୍‌ ପରୀକ୍ଷା ପରେ ଜଣାଯାଇଥିଲା ଯେ,ପ୍ରୀତି ଗମ୍ଭୀରଭାବେ ଶାରୀରିକ ବିକଳାଙ୍ଗ ହୋଇପାରନ୍ତି। ଏହି ରିପୋର୍ଟ ଆଧାରରେ ବମ୍ବେ ହାଇକୋର୍ଟ ପ୍ରୀତି ରାଓ୍ଵଲ୍‌ଙ୍କୁ ଗର୍ଭପାତ କରିବାର ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe