ପ୍ରାୟ ୧୬ ହଜାର ଭାରତୀୟ ଏବେ ବି ୟୁକ୍ରେନରେ,ଉଦ୍ଧାର ପ୍ରକ୍ରିୟା ଜାରି ରହିଛି : ସରକାର

ପ୍ରାୟ ୧୬ ହଜାର ଭାରତୀୟ ଏବେ ବି ୟୁକ୍ରେନରେ,ଉଦ୍ଧାର ପ୍ରକ୍ରିୟା ଜାରି ରହିଛି : ସରକାର

india today

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ପ୍ରାୟ ୧୬ ହଜାର ଭାରତୀୟଙ୍କୁ ଉଦ୍ଧାର କରିବାକୁ ଯୋଜନା କରୁଛି ଭାରତ। ପୋଲାଣ୍ଡ, ଋଷିଆ, ହଙ୍ଗେରି ଓ ସ୍ଲୋଭାକିଆ ସହାୟତାରେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଯୋଜନା କରୁଛନ୍ତି। ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ସୂଚନା ଦେଇଛନ୍ତି, ବୈଦେଶିକ ବିଭାଗ ଋଷୀୟ ଭାଷା କହିପାରୁଥିବା ଅଧିକାରୀଙ୍କୁ ୟୁକ୍ରେନର ରାଜଧାନୀ କ୍ଵିଭ୍ ଓ ପଡୋଶୀ ଦେଶମାନଙ୍କୁ ପଠାଉଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଜନତା ଓ ଛାତ୍ରମାନଙ୍କୁ ଏମାନେ ଉଦ୍ଧାର କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କ ସହ ନିକଟରେ କଥା ହୋଇଛନ୍ତି। ନରେନ୍ଦ୍ର ମୋଦୀ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ନେଇ ପୁଟିନଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି। ଦୁଇ ଦେଶର ବିଦେଶ ବିଭାଗର ଅଧିକାରୀ ମାନେ କ୍ରମାଗତ ଭାବେ ଯୋଗାଯୋଗରେ ରହିବେ ବୋଲି ମୋଦୀ ଓ ପୁଟିନ୍ ସହମତି ପ୍ରକାଶ କରିଛନ୍ତି। ମୋଦୀ ଯଥାଶୀଘ୍ର ହିଂସାରୁ ବିରତ ହେବା ପାଇଁ  ଅନୁରୋଧ କରିଛନ୍ତି। କୂଟନୀତିକସ୍ତରରେ କଥାବାର୍ତ୍ତା ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ସେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe