କରୋନା ସଂକ୍ରମଣ ବଢ଼ିବା ପରେ ପଞ୍ଜାବରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି

Advertisment
କରୋନା ସଂକ୍ରମଣ ବଢ଼ିବା ପରେ ପଞ୍ଜାବରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବା ଦେଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ ଜାରି କରାଯାଇଛି। ଏହି ନାଇଟ କର୍ପ୍ୟୁ ଆଜି ରାତିରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରତିଦିନ ୮ଘଣ୍ଟା ପାଇଁ ଲାଗୁ ହେବ। ନାଇଟ କର୍ପ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ  ଲାଗୁ କରାଯାଇଛି। ପଞ୍ଜାବ ସରକାର ରାଜ୍ୟରେ ରାଜନୈତିକ ସଭାସମିତି ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବାର ଘୋଷଣା କରାଯାଇଥିଲା। ଏହି ନାଇଟ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହି ସମୟରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ସାର୍ବଜନୀନ କାର୍ଯ୍ୟକ୍ରମ ଓ ବିବାହ ଆଦି ଖୋଲା ସ୍ଥାନରେ ୨୦୦ଲୋକ ଓ କୌଣସି ବନ୍ଦ ସ୍ଥାନରେ ୧୦୦ଲୋକ ସାମିଲ ହେବାକୁ ଅନୁମତି ଦିଆଯାଇଛି।

କରୋନା ମାମଲା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରପ୍ରଦେଶ ସରକାର ବି ନାଇଟ କର୍ଫ୍ୟୁ ଘୋଷଣା କରି ପାରନ୍ତି। କରୋନା ସଂକ୍ରମଣ ବୃଦ୍ଧ ପାଉଥିବା ଦେଖି ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନାଇଟ କର୍ଫ୍ୟୁ ଲାଗୁ କରିବା ଉପରେ ବିଚାର କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe