Image Courtesy of Zee News
ନୂଆଦିଲ୍ଲୀ: କଶିଫ୍ ଖାଁଙ୍କୁ ଧରିଲେ ନାହିଁ ବୋଲି ରାଜ୍ୟ ମନ୍ତ୍ରୀ ନବାବ ମଲିକଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଜି ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ ମୁମ୍ବାଇ ୟୁନିଟ୍ର କ୍ଷେତ୍ରୀୟ ନିର୍ଦେଶକ ସମୀର ଓ୍ଵାଙ୍ଖେଡ଼େ ତାହାକୁ ଡାହା ମିଛ ବୋଲି କହିଛନ୍ତି।
ସେ କହିଛନ୍ତି, ଡାହା ମିଛ କଥା ହୋଇଥିବାରୁ ମୁଁ ସେ ପ୍ରସଙ୍ଗରେ କିଛି କହିବି ନାହିଁ। ଆଇନ ତା’ର ଅବାଧ ବିଚାର କରିବ।
ଉଲ୍ଲେଖଯୋଗ୍ୟ, ବରିଷ୍ଠ ‘ଏନ୍ସିପି’ ନେତା ଏବଂ ‘ଏନ୍ସିବି’ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବାକ୍ଯୁଦ୍ଧ ଦିନକୁ ଦିନ କଦର୍ଯ୍ୟ ହୋଇଚାଲିଛି।
Image Courtesy of India Todayଏହି ‘ଡ୍ରଗ୍ ମାମଲା’ରେ କିଛି ଲୋକଙ୍କୁ ଛାଡ଼ି ଦିଆଯାଇ ଥିବା କଥା ଉଠାଇ ନବାବ ମଲିକ କହିଥିଲେ, ଏହା ବ୍ୟକ୍ତିଗତ ବିବାଦ ନୁହେଁ। ମୋର ସମସ୍ତ ଅଭିଯୋଗର ପ୍ରମାଣ ରହିଛି। ଓ୍ଵାଙ୍ଖେଡ଼େ ମୋର ପାଟି ବନ୍ଦ କରାଇବାକୁ ଉଦ୍ୟମ କରୁଛନ୍ତି। ସେ ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ବେଆଇନ୍ ଫୋନ୍ ଟ୍ୟାପିଙ୍ଗ୍ ଏବଂ ଚାକିରି ସୁରକ୍ଷିତ ରଖିବାକୁ ଜାଲ୍ ଦଲିଲ ଆଦି ବ୍ୟବହାର କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ଉଠାଇଛନ୍ତି।
ତେଣେ, ନବାବ ମଲିକ ମଧ୍ୟ କହିଛନ୍ତି ଯେ, ବଲିଉଡ୍କୁ ମୁମ୍ବାଇରୁ ଉଠାଇ ନେବା ପାଇଁ ‘କ୍ରୁଜ୍ ଡ୍ରଗ୍ ମାମଲା’ ହେଉଛି ‘ବିଜେପି’ର ଚକ୍ରାନ୍ତ।
Follow Us