ଅଷ୍ଟ୍ରେଲିଆ ସଂସଦ ଭବନରେ ଯୌନ କେଳେଙ୍କାରୀ; କାମ ଲାଳସା ମେଣ୍ଟାଇବାକୁ ଆସନ୍ତି ଦେହଜୀବୀ

Advertisment
ଅଷ୍ଟ୍ରେଲିଆ ସଂସଦ ଭବନରେ ଯୌନ କେଳେଙ୍କାରୀ; କାମ ଲାଳସା ମେଣ୍ଟାଇବାକୁ ଆସନ୍ତି ଦେହଜୀବୀ

କାନବେରା : ଅଷ୍ଟ୍ରେଲିଆରେ ସ୍କଟ୍ ମରିସନ୍ ସରକାରକୁ  ମଙ୍ଗଳବାର ଅପମାନିତ ହେବାକୁ ପଡ଼ିଛି। ଅଷ୍ଟ୍ରେଲିଆର ପରମ୍ପରାବାଦୀ ସରକାରଙ୍କ କର୍ମଚାରୀ ଦ୍ବାରା ସଂସଦରେ ଅଶ୍ଳୀଳ କାର୍ଯ୍ୟ କରାଯାଉଥିବା ନେଇ ଭିଡିଓ ଲିକ ହୋଇଯାଇଛି। ଲିକ୍ ହୋଇଥିବା ଭିଡିଓରେ ଜଣେ ପୁରୁଷ ଓ ମହିଳା ସଂସଦ ଡେସ୍କରେ ଅଶ୍ଳୀଳ କାମ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓ ଲିକ୍ ହେବା ପୂର୍ବରୁ ଏହାର ଫଟୋ ଓ ଭିଡିଓ  ସେଠାକର ମେଣ୍ଟ ସରକାରଙ୍କ ଜଣେ କର୍ମଚାରୀଙ୍କ ଗ୍ରୁପ୍ ଚାଟରେ ସେୟାର କରାଯାଇଥିଲା। ଏହାକୁ ସର୍ବପ୍ରଥମେ ଗତ ସୋମବାର ଦିନ ଅଷ୍ଟ୍ରେଲିଆର ଖବରକାଗଜ ଓ  ଟିଭି ଚାନେଲ ଦେଖାଇଥିଲେ। ଏହା ସରକାରକୁ ଅଡ଼ୁଆରେ ପକାଇଛି।

ଏହି ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ ମହିଳା ସାଂସଦ ଓ ଅଷ୍ଟ୍ରେଲିଆ ଜନତା କ୍ରୋଧାନ୍ୱିତ ହୋଇଛନ୍ତି । ଟମ୍ ନାମକ ବ୍ୟକ୍ତି ଏହି ଘଟଣାର ଭିଡିଓ ପ୍ରକାଶ କରିଛନ୍ତି। ପୁଣି ଅଭିଯୋଗ ହୋଇଛି, କର୍ମଚାରୀ ଓ ସାଂସଦ ଅନେକଥର ସଂସଦ ଭବନ‌ରେ ଥିବା ପ୍ରାର୍ଥନାଗୃହକୁ ଯୌନାଚାର ପାଇଁ ବ୍ୟବହାର କରିଥାଆନ୍ତି।

'Absolutely Shameful' Parliament Sex Acts Shake Australia's Government

ଏହାସହ ସେ କହିଛନ୍ତି ଯେ ମେଣ୍ଟ ସରକାରର ସାଂସଦଙ୍କ ପାଇଁ ଦେହଜୀବୀଙ୍କୁ ଏଠାକୁ ଅଣାଯାଇଥାଏ। କେବଳ ଏତିକି ନୁହେଁ, ସାଂସଦର କର୍ମଚାରୀ ପ୍ରତିଦିନ ନିଜର ଅଶ୍ଳୀଳ ଫଟୋ ପରସ୍ପର ମଧ୍ୟରେ ସେୟାର ବି କରିଥାଆନ୍ତି। ଆଉ ଏସବୁକୁ ନେଇ ତାଙ୍କ ପାଖକୁ ଏତେ ଫଟୋ ଓ ଭିଡିଓ ଆସି ସାରିଛି କି ତାଙ୍କୁ ଆଉ କିଛି ଫରକ ପଡ଼ୁ ନାହିଁ।

ମହିଳା ବ୍ୟାପାର ମନ୍ତ୍ରୀ ମରିସ ପ୍ୟାନ କହିଛନ୍ତି, ଯେ ଏହି ଖୁଲାସା ନିରାଶା ଠାରୁ ବି ଅଧିକ। ଏହି ମାମଲାରେ ସରକାର ଯାଞ୍ଚ ଆଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe