ପର୍ତ୍ତୁଗାଲକୁ ଫେରାଇ ନେବା ପାଇଁ ଇଉରୋପୀୟ ମାନବିକ ଅଧିକାର ଅଦାଲତରେ ଅବୁ ସାଲେମଙ୍କ ଆବେଦନ

ପର୍ତ୍ତୁଗାଲକୁ ଫେରାଇ ନେବା ପାଇଁ ଇଉରୋପୀୟ ମାନବିକ ଅଧିକାର ଅଦାଲତରେ ଅବୁ ସାଲେମଙ୍କ ଆବେଦନ

Image Courtesy of HT

ମୁମ୍ବାଇ: ଭାରତକୁ ପ୍ରତ୍ୟାର୍ପଣ ମାମଲା ଖାରଜ କରି ତାଙ୍କୁ ପର୍ତ୍ତୁଗାଲକୁ ଫେରାଇ ନିଆଯାଉ ବୋଲି ପୁଣି ଥରେ ଇଉରୋପିଆନ୍‌ କୋର୍ଟ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ରେ ଆବେଦନ କରିଛନ୍ତି ଅଣ୍ଡର୍‌ଓ୍ଵାର୍ଲଡ୍‌ ଡନ୍‌ ଅବୁ ସାଲେମ। ନୂଆ ଆବେଦନରେ ସାଲେମ ଦାବି କରିଛି ଯେ, ୧୯୯୩ ମସିହା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ଭାରତ ସରକାରଙ୍କର ପ୍ରତ୍ୟାର୍ପଣ ମାମଲାରେ ଆଉ ଏକ ଖିଲାପ ବୋଲି ଦାବି କରିଛନ୍ତି।

ଅବୁ ସାଲେମ ନିଜ ଓକିଲଙ୍କ ମାଧ୍ୟମରେ ଇସିଏଚ୍‌ଆର୍‌କୁ ଭାରତ ସରକାରଙ୍କ ବିରୋଧରେ ଏକ ଦ୍ୱିତୀୟ ପତ୍ର ଲେଖିଛନ୍ତି। ଏଥିରେ ଭାରତ ସରକାର ପ୍ରତ୍ୟାର୍ପଣ ଆଦେଶ ଉଲ୍ଲଂଘନ କରିବା ଏବଂ ପର୍ତ୍ତୁଗିଜ ସରକାରଙ୍କ ନିଷ୍କ୍ରିୟତା କଥା ଅଭିଯୋଗ କରିଛନ୍ତି। ପ୍ରଥମେ ଅବୁ ସାଲେମ ଗତ ବର୍ଷ ଜୁନ୍‌ ମାସରେ ଇସିଏଚ୍‌ଆର୍‌ଙ୍କୁ ଆବେଦନ କରି କହିଥିଲେ ଯେ ୧୯୯୩ ବିସ୍ଫୋରଣ ମାମଲାର ବିଚାର କରିବା ତାଙ୍କ ପ୍ରତ୍ୟାର୍ପଣ ଆଦେଶର ଉଲ୍ଲଂଘନ।

ନୂଆ ଆବେଦନରେ ସଲେମ ଏହି ମାମଲାରେ ଟାଡା କୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି। ୨୦୧୭ ମସିହା ଜୁନ୍‌ ୧୬ ତାରିଖ ଦିନ ଟାଡା କୋର୍ଟ ସାଲେମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ୭ ତାରିଖ ଦିନ ତାଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।
ପ୍ରତିଶ୍ରୁତି ରକ୍ଷା କରି ନ ଥିବା ଭାରତ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଫେରାଇ ନେବାକୁ ପର୍ତ୍ତୁଗିଜ ସରକାରଙ୍କୁ ଆବେଦନ କରିଛି ସାଲେମ।

ଚାରି ପୃଷ୍ଠାବିଶିଷ୍ଟ ଚିଠିରେ ସାଲେମ ଦାବିକରିଛି ଯେ ୯ଟି ମାମଲାରେ ବିଚାର କରିବାକୁ ପର୍ତ୍ତୁଗିଜ ସରକାର ଭାରତକୁ କ୍ଷମତା ଦେଇଥିଲା। କିନ୍ତୁ ଭାରତକୁ ପ୍ରତ୍ୟାର୍ପିତ ହେବା ପରେ ତାଙ୍କୁ ଆହୁରି ୩୨ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe