କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର: ପଶ୍ଚିମବଙ୍ଗ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଗୃହୀତ

Advertisment

ସ୍ବର ବଦଳାଇଲେ ମମତା, ମୋଦୀଙ୍କୁ ପ୍ରଶଂସା କରି ପୁତୁରାକୁ ସୁରକ୍ଷା ଦେଇପାରିବ ନାହିଁ: ଶୁଭେନ୍ଦୁ

ସ୍ବର ବଦଳାଇଲେ ମମତା, ମୋଦୀଙ୍କୁ ପ୍ରଶଂସା କରି ପୁତୁରାକୁ ସୁରକ୍ଷା ଦେଇପାରିବ ନାହିଁ: ଶୁଭେନ୍ଦୁ

ମମତା-ଅଖିଳେଶ ମେଣ୍ଟ, ନବୀନଙ୍କୁ ଭେଟିବେ

IndiaTV News

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁବେଳେ ସିଧାସଳଖ ଟାର୍ଗେଟ କରି ସମାଲୋଚନା କରି ଆସୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରେ ସମ୍ପ୍ରତି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।‌ ଦେଶରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଯଥା ସିବିଆଇ ଓ ଇଡି ଆଦିର ଅପବ୍ୟହାର କରାଯାଉଛି। ଏଥିପାଇଁ ବ୍ୟବସାୟୀମାନେ ଦେଶ ଛାଡ଼ି ପଳାଉଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ନେଇ ବିଧାନସଭାରେ ସରକାରଙ୍କ ପକ୍ଷରୁ ଆଗତ ନିନ୍ଦାପ୍ରସ୍ତାବ ବିତର୍କରେ ଭାଗ ନେଇ ମମତା କହିଛନ୍ତି, ଆପଣମାନେ ଜାଣି ନଥିବେ ସିବିଆଇ ଆଉ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)କୁ ରିପୋର୍ଟ କରୁନାହିଁ। ଏହି ସଂସ୍ଥା ଗୃହ ମନ୍ତ୍ରାଳୟକୁ ରିପୋର୍ଟ କରୁଛି। କିଛି ବିଜେପି ନେତା

ଷଡ଼୍‌ଯନ୍ତ୍ର କରୁଛନ୍ତି ଏବଂ ସେମାନେ ନିଜାମ ପ୍ୟାଲେସକୁ ଅଧିକାଂଶ ସମୟରେ ଯାଇଥାନ୍ତି ବୋଲି ମମତା କହିଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧୀ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟହାର କରୁଛନ୍ତି ବୋଲି ଦେଶରେ ଯେଉଁ ଧାରଣା ସୃଷ୍ଟି ହୋଇଛି ପଶ୍ଚିମବଙ୍ଗ ସେ କ୍ଷେତ୍ରରେ ପାଦେ ଆଗକୁ ଯାଇ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରାଯାଉଥିବା ସପକ୍ଷରେ ୧୮୯ ବିଧାୟକ ଏବଂ ବିପକ୍ଷରେ ୬୪ ବିଧାୟକ ଭୋଟ ଦେଇଛନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମମତା କଡ଼ା ସମାଲୋଚନା କରିଛନ୍ତି। ବିଧାନସଭାରେ ଆଗତ ପ୍ରସ୍ତାବ କାହାରିକୁ ନିନ୍ଦା କରିବା ପାଇଁ ନୁହେଁ, ବରଂ ନିର‌ପେକ୍ଷ ରହିବା ପାଇଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶୁଭେନ୍ଦୁ କହିଛନ୍ତି, ମୋଦୀଙ୍କୁ ପ୍ରଶଂସା କରି ତୁମେ ତୁମ ପୁତୁରାକୁ ରକ୍ଷା କରିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe