ନାବାଳିକା‌ ଘରୋଇ ସହାୟିକାଙ୍କୁ ନିର୍ଯାତନା, ସିଭିଲ୍‌ ଜଜ୍‌ଙ୍କୁ ବରଖାସ୍ତ କଲେ ଉତ୍ତରାଖଣ୍ଡ ସରକାର

Advertisment
ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

Representational image Gulf News

ଡେରାଡୁନ୍‌: ନାବାଳିକା ଘରୋଇ ସହାୟିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଘଟଣାରେ ଉତ୍ତରାଖଣ୍ଡ ସରକାର ହରିଦ୍ବାର ସିଭିଲ୍‌ ଜଜ୍‌ ଦୀପାଳି ଶର୍ମାଙ୍କୁ ବରଖାସ୍ତ କରିଛନ୍ତି। ପୁଲିସ ଜଜ୍‌ଙ୍କ ଘରେ ଚଢ଼ାଉ କରି ସମ୍ପୃକ୍ତ ନାବାଳିକା ସହାୟିକାଙ୍କୁ ଉଦ୍ଧାର କରିବା ପରେ ଜଜ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଗତକାଲି ସରକାର ଉକ୍ତ ଜଜ୍‌ଙ୍କୁ ବହିଷ୍କାର କରିବାକୁ ବିଜ୍ଞପ୍ତି ଜାରି କରିଥିଲେ। ଆଜି ଉତ୍ତରାଖଣ୍ଡ ହାଇକୋର୍ଟର ୱେବ୍‌ସାଇଟରେ ସରକାରଙ୍କ ଏ ନିଷ୍ପତ୍ତି ସ୍ଥାନିତ ହୋଇଛି। ସରକାରଙ୍କ ବିଜ୍ଞପ୍ତିକୁ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ମଞ୍ଜୁର କରିବା ପରେ ସିଭିଲ୍‌ ଜଜ୍‌ ଦୀପାଳି ଶର୍ମାଙ୍କୁ ବରଖାସ୍ତ କରାଯାଇଛି। ଜଜ୍‌ ଦୀପାଳି ଶର୍ମା ନିଷ୍ଠୁର ଭାବେ ନିଜର ନାବାଳିକା ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଉଥିବା ମାମଲାରେ ତଦନ୍ତ ଜାରି ରହିଥିଲା ଏବଂ ୨୦୧୮ ଜାନୁଆରିରେ ପ୍ରଥମେ ଉତ୍ତରାଖଣ୍ଡ ହାଇକୋର୍ଟ ଦୀପାଳି ଶର୍ମାଙ୍କୁ ନିଲମ୍ବିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe