ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧ରୁ ପାଠପଢା ଆରମ୍ଭ ହେବ, କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା

Advertisment
ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧ରୁ ପାଠପଢା ଆରମ୍ଭ ହେବ, କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ପ୍ରଥମବର୍ଷ ଅଣ୍ଡରଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ସଂଶୋଧିତ ୟୁଜିସି ନିୟମାବଳୀ ଘୋଷଣା କରାଯାଇଛି । ଏ ସଂପର୍କରେ ମଙ୍ଗଳବାରଦିନ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ୍ ପୋଖରିଆଲ ନିଶଙ୍କ ।

ଏହି ନିୟମ ଅନୁସାରେ ଯୁଜି, ପିଜିରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଅକ୍ଟୋବର ୩୧ ସୁଦ୍ଧା ନାମ ଲେଖାଇପାରିବେ ଓ  ନଭେମ୍ବର ୧ ରୁ ପଠପଢା ଆରମ୍ଭ ହେବ ।

ଏନେଇ ଏକ ସ୍ୱତନ୍ତ୍ର ତାଲିକା ଘୋଷଣା କରାଯାଇଛି । ଏହି ନିୟମାବଳୀରେ କୁହାଯାଇଛି ଯେ ୨୦୨୦-୨୧ ଶିକ୍ଷା ବର୍ଷରେ ଯେଉଁ ଛାତ୍ରଛାତ୍ରୀ ମାନେ ନାଁ ଲେଖାଇବେ ସେମାନଙ୍କ ପାଇଁ ୨୦୨୧ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୨୬ ଯାଏ ପ୍ରଥମ ସେମିଷ୍ଟାର ପରୀକ୍ଷା କରାଯିବ । ଦ୍ୱିତୀୟ ସେମିଷ୍ଟାର ୨୨ ଅଗଷ୍ଟ ୨୦୨୧ ରୁ ୨୯ ଅଗଷ୍ଟ ୨୦୨୧ ମଧ୍ୟରେ ହେବ । ଏହାସହ ୩୦ ଅଗଷ୍ଟ ୨୦୨୧ ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ ।
ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ପାଠପଢା ସମୟ ନଷ୍ଟ ହୋଇଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ମାନେ ସପ୍ତାହକୁ ୬ ଦିନ ପାଠ ପଢାଇ ତାହାକୁ ଶେଷ କରିବାକୁ ଉଦ୍ୟମ କରିବେ । ସେହିପରି ଛୁଟି ଓ ବିରତି ସମୟକୁ ମଧ୍ୟ ହ୍ରାସ କରି ପାଠପଢାପାଇଁ ସମୟ ବାହାର କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe