ଜନମତକୁ ସ୍ୱୀକାର କରୁଛୁ: ରାହୁଲ

ମୋଦୀ ସାଙ୍ଗିଆ ମାନହାନି ମାମଲା: ରାହୁଲଙ୍କ ଦଣ୍ଡାଦେଶ ହାଇକୋର୍ଟରେ କାଏମ

ନୂଆଦିଲ୍ଲୀ : ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଆମେ ଜନମତକୁ ସ୍ବୀକାର କରୁଛୁ । ଯେଉଁମାନେ ଲୋକଙ୍କ ସମର୍ଥନ ହାସଲ କରିଛନ୍ତି ସେମାନଙ୍କୁ ଶୁଭକାମନା । ମୁଁ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀମାନଙ୍କ କଠୋର ପରିଶ୍ରମ ଏବଂ ସମର୍ପଣ ଭାବ ପାଇଁ ଧନ୍ୟବାଦ ଦେଉଛି। ଏହି ନିର୍ବାଚନରୁ ଆମେ ଶିକ୍ଷା ହାସଲ କରିବୁ ଏବଂ ଭାରତର ଲୋକଙ୍କ ସ୍ବାର୍ଥ ପାଇଁ କାମ ଜାରି ରଖିବୁ।’

ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଏକ ଟ୍ବିଟ୍‌ କରି କୁହାଯାଇଛି, ଗଣତନ୍ତ୍ରରେ ଲୋକଙ୍କ ବିବେକ ଏବଂ ଆଦେଶ ସର୍ବୋପରି। ଆମେ ଜନାଦେଶକୁ ସମ୍ମାନ କରୁଛୁ। ଦରଦାମ ବୃଦ୍ଧି, ବେକାରୀ, ସରକାରୀ ସମ୍ପତ୍ତିର ନିଲାମ, ମହିଳା ଏବଂ ଦଳିତଙ୍କ ଉପରେ ଆତ୍ୟଚାର ଆଦି ପ୍ରସଙ୍ଗରେ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି କୁହାଯାଇଛି। କଂଗ୍ରେସ ଏଥର ପଂଜାବରେ ମାତ୍ର ମାତ୍ର ୧୮ ଆସନ ଭିତରେ ସୀମିତ ରହିଥିବା ବେଳେ ଗୋଆରେ ୧୧ ଆସନ ଜିତିଛି। ପଂଜାବରେ କଂଗ୍ରେସର ସବୁ ପ୍ରୟୋଗ ବିଫଳ ହେବା ଦଳ ପାଇଁ ବହୁତ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe