ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି, ପୀଡ଼ିତା ପରିବାରକୁ ଭେଟିଲେ ରାଜ୍ୟ ପୁଲିସ ମୁଖ୍ୟ

Advertisment

ପୀଡ଼ିତା ପରିବାରର ଅଭିଯୋଗ, ଶବବ୍ୟବଚ୍ଛେଦ ରିପୋର୍ଟ ମାଗିବାରୁ କହିଲେ ଇଂରାଜି ବୁଝିପାରିବନି

ପୀଡ଼ିତା ପରିବାରର ଅଭିଯୋଗ, ଶବବ୍ୟବଚ୍ଛେଦ ରିପୋର୍ଟ ମାଗିବାରୁ କହିଲେ ଇଂରାଜି ବୁଝିପାରିବନି

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି, ପୀଡ଼ିତା ପରିବାରକୁ ଭେଟିଲେ ରାଜ୍ୟ ପୁଲିସ ମୁଖ୍ୟ

ଲକ୍ଷ୍ନୌ: କଟକଣାର ଦିନ ପରେ ଆଜି ହାଥରାସରେ ଗଣମାଧ୍ୟମକୁ ପ୍ରବେଶ ଅନୁମତି ମିଳିଛି। ଗାଁ ସିଲ୍‌ ହେବାର ୪୮ ଘଣ୍ଟା ପରେ ପୁଣି ସୀମା ଖୋଲିବାରୁ ସାମ୍ବାଦିକମାନଙ୍କୁ ଗ୍ରାମ ମଧ୍ୟକୁ ପ୍ରବେଶ ଅନୁମତି ମିଳିଛି। ୨ ଦିନ ଗଣମାଧ୍ୟମରେ ନିଜର ବିବୃତି ରଖିପାରିନଥିବା ପୀଡ଼ିତା ପରିବାର ସଦସ୍ୟ ଆଜି ସାମ୍ବାଦିକଙ୍କ ଆଗରେ ନିଜ ଦୁର୍ଦ୍ଦଶା ବଖାଣିଛନ୍ତି। ପୀଡ଼ିତାଙ୍କ ଭାଇ କହିଛନ୍ତି, ସେଦିନ ରାତିରେ କାହାର ଶବଦାହ କରାଯାଇଥିଲା ତାହା ଆମେ ଜାଣିବାକୁ ଚାହୁ। ଶେଷ ଥର ପାଇଁ ଭଉଣୀର ମୁହଁ ଦେଖାଇଲେନି। ଶବ ବ୍ୟବଚ୍ଛେଦ ରିପୋର୍ଟ ମାଗିବାରୁ କହିଲେ ତମେ ଇଂରାଜି ବୁଝିପାରିବନି। ପୀଡ଼ିତାଙ୍କ ଅନ୍ୟ ପରିବାର ସଦସ୍ୟ କହିଛନ୍ତି, ସେମାନଙ୍କୁ ୨ ଦିନ ହେଲାଣି ବାହାରକୁ ଯିବାକୁ ଦିଆଯାଉନି। ପୁଲିସ ସବୁ ସମୟରେ ଘରେ ଉପସ୍ଥିତ ରହୁଛନ୍ତି। କିଛି ଅଧିକାରୀ ଆସି ଫୋନ୍‌ ଦେଖାଇବାକୁ କହୁଛନ୍ତି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପୁଲିସ ଡିଜି ଏଚ୍‌ସି ଅଗସ୍ଥି ଆଜି ହାଥରାସ୍‌ରେ ପହଞ୍ଚି ପୀଡ଼ିତା ପରିବାରକୁ ଭେଟିଛନ୍ତି। ଗଣଦୁଷ୍କର୍ମ ମାମଲାକୁ ଉତ୍ତରପ୍ରଦେଶ ପ୍ରଶାସନ ଠିକ୍‌ ଭାବେ ମୁକାବିଲା କରିପାରିନଥିବା ନେଇ ସମାଲୋଚନାର ଶିକାର ହୋଇଥିବା ବେଳେ ଆଜି ଅପରାହ୍ନରେ ୟୁପି ଡିଜିପି, ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ କୁମାର ପୀଡ଼ିତା ପରିବାରକୁ ସାକ୍ଷାତ କରିଛନ୍ତି। ତେବେ ପ୍ରଥମ ଥର ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ହାଥରାସ୍‌କୁ ଗସ୍ତ କରିଛନ୍ତି। ଅଗସ୍ଥି ଆଜି ବାରମ୍ବାର ପୀଡ଼ିତା ପରିବାର ଆଗରେ ହାତ ଯୋଡ଼ିଥିବା ଦେଖିବାକୁ ମିଳିଛି। ଅବନିଶ କୁମାର କହିଛନ୍ତି, ଆମେ ପୀଡ଼ିତା ପରିବାର ସଦସ୍ୟଙ୍କ ସହ ଭଲରେ କଥା ହୋଇଛୁ ଏବଂ ସଠିକ୍‌ ଭାବେ ଆମେ ଏହି ମାମଲାର ତଦନ୍ତ କରିବୁ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛୁ। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ଏହି ଟିମ୍‌‌ରେ ଜଣେ ମହିଳା ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଆସନ୍ତାକାଲି ୪ଟାରେ ପ୍ରଥମ ରିପୋର୍ଟ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe