ଦୁର୍ଘଟଣାରେ ୬ କାଉଡ଼ିଆଙ୍କ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ହାଥରାସ : ଉତ୍ତରପ୍ରଦେଶ ହାଥରାସ ଜିଲ୍ଲା ସ୍ଥିତ ସାଦାବାଦ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଆଗ୍ରା ଜୋନ୍‌ ଏଡିଜି ରାଜୀବ କ୍ରୀଷ୍ଣାଙ୍କ ଅନୁଯାୟୀ କାଉଡ଼ିଆମାନେ ହରିଦ୍ବାରରୁ ଫେରୁଥିଲେ। ସେମାନେ ଗ୍ବାଲିୟର ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ରାତି ପ୍ରାୟ ୨.୧୫ ସମୟରେ ୭ କାଉଡ଼ିଆଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି। ସାଦାବାଦ ଥାନା ଅନ୍ତର୍ଗତ ବଦାର କ୍ରସିଂ ନିକଟରେ ଏହ‌ି ଦୁର୍ଘଟଣା ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe