ଲାହୋରରୁ ଇସଲାମାବାଦ ଯାଉଥିବା ବେଳେ ରାସ୍ତାରେ ଓଲଟି ପଡ଼ିଲା ଇମ୍ରାନ ଖାନଙ୍କ କନଭୟର ଗାଡ଼ି

Advertisment
ଲାହୋରରୁ ଇସଲାମାବାଦ ଯାଉଥିବା ବେଳେ ରାସ୍ତାରେ ଓଲଟି ପଡ଼ିଲା ଇମ୍ରାନ ଖାନଙ୍କ କନଭୟର ଗାଡ଼ି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ର‌ାନ ଖାନଙ୍କ କନଭୟର ଗାଡ଼ି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। କନଭୟରେ ଯାଉଥିବା ଗାଡ଼ି ପରସ୍ପର ସହିତ ଧକ୍କା ହୋଇ ଓଲଟି ପଡ଼ିଥିବା କୁହାଯାଉଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲାହୋରରୁ ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିଲା ବେଳେ ଏହି ଘଟଣା ଘଟିଛି। ସୌଭାଗ୍ୟବଶତଃ ଦୁର୍ଘଟଣାଗସ୍ତ ଦୁଇଟି ଗାଡ଼ି ମଧ୍ୟରୁ ଇମ୍ରାନ ଖାନ କେଉଁଥିରେ ବି ନଥିଲେ।

ଏହି ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି।  ଇମ୍ରାନ ଖାନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବା ସହିତ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଛନ୍ତି। ତୋଷଖାନ୍ନା ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ଇମ୍ରାନଙ୍କ ଆଜି ଶୁଣାଣି ଅଛି। ଏହି କ୍ରମରେ ଇମ୍ରାନ କହିଛନ୍ତି, ‘କୋର୍ଟରୁ ଜାମିନ ମିଳିଲେ ବି ସରକାର ମୋତେ ଗିରଫ କରିବାକୁ ଚାହୁଁଛନ୍ତି।’

ତେବେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୁଲିସ ଅନେକ ଦିନରୁ ଚେଷ୍ଟା କରୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଠିକ ସମୟରେ ଘଟଣାସ୍ଥଳରୁ ଚମ୍ପଟ ମାରି ଚାଲି ଯାଆନ୍ତି। ଆଉ ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe