ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Advertisment

ଗୋଟିଏ ପରିବାରର ୧୦ ମୃତ

ଗୋଟିଏ ପରିବାରର ୧୦ ମୃତ

ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାୟପୁର: ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଗୋଟିଏ ପରିବାରର ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଏସ୍‌ୟୁଭି‌େର କିଛି ଲୋକ ନବରାତ୍ରି ଅବସରରେ ଡୋଙ୍ଗରଗଡ଼ସ୍ଥିତ ମା’ ବମ୍‌ଲେଶ୍ବରୀ ମନ୍ଦିର ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ‌ ସେମାନେ ରାଜନାନ୍ଦଗାଓଁ-ଦୁର୍ଗ ରାସ୍ତାରେ ହୋଇଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍ ସହ ଏସ୍‌ୟୁଭିର ଧକ୍କା ହୋଇଥିଲା। ଚାଳକ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରି ଯିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଏସ୍‌ୟୁଭିରେ ଥିବା ୧୦ ଜଣଙ୍କର ପ୍ରାଣହାନି ଘଟିଛି। ଅଧିକାଂଶ ଲୋକ ଗୋଟିଏ ପରିବାରର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe