ଛତିଶଗଡ଼ର କଓ୍ବର୍ଦ୍ଧାରେ ବଡ଼ ସଡ଼କ ଦୁର୍ଘଟଣା, ୧୮ ମୃତ

Advertisment
ଛତିଶଗଡ଼ର କଓ୍ବର୍ଦ୍ଧାରେ ବଡ଼ ସଡ଼କ ଦୁର୍ଘଟଣା, ୧୮ ମୃତ

କବୀରଧାମ: ଛତିଶଗଡ଼ର  କବୀରଧାମ ( ପୂର୍ବନାମ କଓ୍ବର୍ଦ୍ଧା)  ଜିଲ୍ଲାର କୁକଦୁର ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାହାପାଣି ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ପିକ୍ଅପ୍ ଗାଡ଼ି ଏକ ଗଭୀର ଖାଲକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

କବୀରଧାମ ଆରକ୍ଷୀ ଅଧୀକ୍ଷକ ଡ. ଅଭିଷେକ ପଲ୍ଲବ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଆହତମାନଙ୍କୁ ପୁଲିସ ଗାଡ଼ିରେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପିକ୍ ଅପରେ ଥିବା ଲୋକମାନେ ବାହାପାଣି ଅଞ୍ଚଳରେ କେନ୍ଦୁପତ୍ର ତୋଳି ଫେରୁଥିଲେ। ଏହି ସମୟରେ ହଠାତ୍ ପିକ୍ ଅପ୍ ଅନିୟନ୍ତ୍ରିତ ହୋଇ ଖାଲରେ ଓଲଟି ପଡ଼ିଥିଲା। ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୭ ଜଣ ମହିଳା ଥିବା ବେଳେ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ସେମରାହା ଗ୍ରାମର ବାସିନ୍ଦା।

ରାଜ୍ଯ ସରକାର ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe