ଟନକପୁର,: ଉତ୍ତରାଖଣ୍ଡର ଚମ୍ପାବତ ଜିଲ୍ଳା ଟନକପୁରସ୍ଥିତ ମା’ ପୂର୍ଣ୍ଣାଗିରିଙ୍କ ଦର୍ଶନ ନିମନ୍ତେ ଯାଉଥିବା ବେଳେ ଆଜି ଟ୍ରକ ଚାପାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଫେରାର ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଗତ ସୋମବାର ଦିନ ଏହି ଅଂଚଳରେ ଏକ କାର ଧକ୍କାରେ ୫ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us