ଗଙ୍ଗା ଦଶହରାରେ ଅଘଟଣ: ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଡଙ୍ଗାବୁଡ଼ି, ୬ ନିଖୋଜ

Advertisment
ଗଙ୍ଗା ଦଶହରାରେ ଅଘଟଣ: ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଡଙ୍ଗାବୁଡ଼ି, ୬ ନିଖୋଜ

ପାଟନା: ରବିବାର ବିହାରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାଟନା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ୧୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି।

ଡଙ୍ଗାରେ ଥିବା ଲୋକମାନେ ଗଙ୍ଗା ଦଶହରା ଅବସରରେ ଗାଧୋଇବାକୁ ଯାଉଥିଲେ, କିନ୍ତୁ ବନ୍ୟା ଜଳ ପ୍ରବାହରେ ଫସି ରହି ଦୁର୍ଘଟଣାର ଶିକାର ହୋଇଥିଲେ। ୧୧ ଜଣ ପହଁରି କୂଳକୁ ଆସିଥିବାବେଳେ ୬ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ପୋଲିସ ବୁଡାଳିମାନଙ୍କୁ ଡାକିଛନ୍ତି।

ଦୁର୍ଘଟଣାର ଖବର ପାଇବା ପରେ ନିଖୋଜ ଲୋକଙ୍କ ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି। ଲୋକମାନେ ନଦୀ କୂଳରେ ଏକାଠି ହୋଇ ନିଜ ପ୍ରିୟପରିଜନଙ୍କୁ ଅପେକ୍ଷା କରିଥିବା ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe