କଲେଜ ଯାଉଥିବା ବେଳେ କାର ଦୁର୍ଘଟଣାରେ ୪ଜଣ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ସାଙ୍ଗ ହୋଇ କଲେଜ ଯାଉଥିବା ‌ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଲେ ୪ଜଣ ଇଞ୍ଜିନିୟର ଛାତ୍ର। କାର ଭିତରେ ଚାପି ହୋଇଯିବାରୁ ଘଟଣାସ୍ଥଳ‌ରେ ଏକାଠି ଉଡ଼ିଗଲା ୪ଜଣଙ୍କ ପ୍ରାଣବାୟୁ।

rwet

ନୂଆଦିଲ୍ଲୀ: କାନପୁରର ଭୌତି ଜାତୀୟ ରାଜପଥରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ପିଏସଆଇଟି ଇଞ୍ଜିନିୟରିଙ୍ଗ କଲେଜର ଚାରିଜଣ ଛାତ୍ରଙ୍କ ସମେତ ପାଞ୍ଚଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଚାରିଜଣ ମୃତ ଇଞ୍ଜିନିୟର ଛାତ୍ରଙ୍କ ନାମ ବିଜୟ ସାହୁ, ସତୀଶ, ଗରିମା ଓ ଆୟୁଷି  ଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ସନିଗ୍ରାମର ନିବାସୀ ବିଜୟ ସାହୁ ପିଏସଆଇଟି ଇଞ୍ଜିନିୟରିଙ୍ଗ କଲେଜର ପ୍ରତୀକ, ସତୀଶ, ଗରିମା ଓ ଆୟୁଷିଙ୍କୁ ଏକ କାର ଯୋଗେ କଲେଜ ଛାଡ଼ିବାକୁ ଯା‌ଉଥିଲେ। ଏହି ସମୟରେ ସାମ୍ନାରେ ଥିବା ଏକ ଟ୍ରକ ହଠାତ ବ୍ରେକ ମାରିଥିଲା। ଯେଉଁ କାରଣରୁ କାରଟି ଅନିୟନ୍ତ୍ରିତ ହୋଇ ଟ୍ରକ ଭିତରେ ପଶି ଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ଜଣ ଛାତ୍ରଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। 

ଏହି ଭୟାବହ ଦୁର୍ଘଟଣାକୁ ନେଇ ଇନ୍ସପେକ୍ଟର ମାନବିନ୍ଦ୍ର ସିଂହ କହିଛନ୍ତି, ‘ଏହି ଦୁର୍ଘଟଣା ସମ୍ପର୍କରେ ଆମେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲୁ। ଗ୍ୟାସ କଟର ସାହାଯ୍ୟରେ କାଟି ୫ଜଣଙ୍କ ମୃତଦେହ କାର ଭିତରୁ ଉଦ୍ଧାର କରାଯାଇଥିଲା। ପରିଚୟ ଜାଣିବା ପରେ ମୃତକଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ‌ଦେଇ ୫ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe