ଡ୍ୟୁଟିରେ ଥିବା ଡାକ୍ତରଙ୍କ ନିଦ ନଭାଙ୍ଗିବାରୁ ଷ୍ଟ୍ରେଚରରେ ପଡ଼ି ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

Advertisment

ଦୁର୍ଘଟଣା ପରେ ଚିକିତ୍ସା ନପାଇ ଚାଲିଗଲା ଯୁବକଙ୍କ ଜୀବନ। ଦୁର୍ଘଟଣା ଏତେ ଗମ୍ଭୀର ନଥିଲେ ମଧ୍ୟ ଠିକ୍ ସମୟରେ ଚିକିତ୍ସା କରାନଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଅଭାବନୀୟ ଘଟଣା ମିରଟରେ ଥିବା ସରକାରୀ ଡାକ୍ତରଖାନାରେ ଘଟିଛି।

ଦୁର୍ଘଟଣା ପରେ ଚିକିତ୍ସା ନପାଇ ଚାଲିଗଲା ଯୁବକଙ୍କ ଜୀବନ। ଦୁର୍ଘଟଣା ଏତେ ଗମ୍ଭୀର ନଥିଲେ ମଧ୍ୟ ଠିକ୍ ସମୟରେ ଚିକିତ୍ସା କରାନଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଅଭାବନୀୟ ଘଟଣା ମିରଟରେ ଥିବା ସରକାରୀ ଡାକ୍ତରଖାନାରେ ଘଟିଛି।

New Project (10)

ମିରଟ: ଦୁର୍ଘଟଣା ପରେ ଚିକିତ୍ସା ନପାଇ ଚାଲିଗଲା ଯୁବକଙ୍କ ଜୀବନ। ଦୁର୍ଘଟଣା ଏତେ ଗମ୍ଭୀର ନଥିଲେ ମଧ୍ୟ ଠିକ୍ ସମୟରେ ଚିକିତ୍ସା କରାନଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଅଭାବନୀୟ ଘଟଣା ମିରଟରେ ଥିବା ସରକାରୀ ଡାକ୍ତରଖାନାରେ ଘଟିଛି। ଅଭିଯୋଗ ହୋଇଛି ଯେ, ଡାକ୍ତର ହସ୍ପିଟାଲରେ ଥାଇ ବି ଚିକିତ୍ସା କରିନଥିଲେ। କା‌ରଣ ଥିଲା ନିଦ। କାମ ଛାଡ଼ି ଡାକ୍ତର ବାବୁ ଶୋଇ ପଡ଼ିଥିବାରୁ ଯୁବକଙ୍କ ଚିକିତ୍ସା ପାଇଁ ଆସିନଥିଲେ, ଯାହା ଫଳରେ ଅଧିକ ରକ୍ତସ୍ରାବ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିଲା। 

ସୂଚନା ମୁତାବକ, ରବିବାର ରାତି ୧ଟାରେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଗୋଡ଼ରେ ଗମ୍ଭୀର ଆଘାତ ଲାଗିବା ପରେ ତାଙ୍କୁ ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜକୁ ଅଣାଯାଇଥିଲା। ଏମରଜେନ୍ସି ୱାର୍ଡରେ ତାଙ୍କୁ ପରିବାର ଲୋକେ ଭର୍ତ୍ତି କରାଇଥିଲେ ବି ଡାକ୍ତର ଭୂପେଶ କୁମାର ରାଏ ଚିକିତ୍ସା କରିବାକୁ ଆସିନଥିଲେ। ପରିବାର ଲୋକେ ଅନେକ କାକୁତି ମିନତି ହୋଇଥିଲେ ବି କେହି ତାଙ୍କ ଗୁହାରି ଶୁଣିନଥିଲେ। କିଛି ଘଣ୍ଟା ପର୍ଯ୍ୟନ୍ତ ଯୁବକ ରକ୍ତାକ୍ତ ଅବସ୍ଥାରେ ଏମରଜେନ୍ସି ୱାର୍ଡର ଷ୍ଟ୍ରେଚର ଉପରେ ପଡ଼ି ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଡାକ୍ତର ବାବୁ ଶୋଇଥିବାର ଭିଡିଓ ପରିବାର ଲୋକେ ରେକର୍ଡ କରିଥିବା ବେଳେ ଏହାକୁ ଅଧାର କରି ଏବେ ଡାକ୍ତର ଭୂପେଶ କୁମାର ରାଏଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଶୋକସନ୍ତପ୍ତ ପରିବାର ଦ୍ୱାରା ଲଗାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe