ରୋଡ୍‌ ଇଂଜିନିୟରିଂରେ ଉନ୍ନତି ପାଇଁ ଦୁର୍ଘଟଣା କମୁଛି

ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ନୂଆଦିଲ୍ଲୀ: ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତର ୪ଟି ରାଜ୍ୟରେ ସଡ଼କ ଦୁର୍ଘଟଣାର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ସେହି ରାଜ୍ୟଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ବିହାର, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ର। ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ହାର ଭଳି ସାମାଜିକ-ଅର୍ଥନୈତିକ ମାନଦଣ୍ଡକୁ ଆଧାର କରି ଏହି ଅନୁଧ୍ୟାନ କରାଯାଇଥିଲା। ବିଶ୍ବବ୍ୟାଙ୍କ ପକ୍ଷରୁ ଉପରୋକ୍ତ ୪ଟି ରାଜ୍ୟରେ ଅନୁଧ୍ୟାନ କରାଯାଇଥିବାରୁ ସବୁରାଜ୍ୟର ତୁଳନାତ୍ମକ ତଥ୍ୟ ସରକାରଙ୍କ ନିକଟରେ ନାହିଁ। କିନ୍ତୁ ବିଶ୍ବବ୍ୟାଙ୍କ ସମେତ ଅନ୍ୟାନ୍ୟ ସଂସ୍ଥାର ଅନୁଧ୍ୟାନ ଆଧାରରେ ସଡ଼କ ସୁରକ୍ଷା ପାଇଁ ସଡ଼କ ପରିବହନ ମନ୍ତ୍ରାଳୟ ବହୁବିଧ ପଦକ୍ଷେପ ନେଇଛି। ସଡ଼କ ସୁରକ୍ଷା ସଂପର୍କିତ ଜ୍ଞାନର ପ୍ରସାର ଠାରୁ ଆରମ୍ଭ କରି ରୋଡ୍‌ ଇଞ୍ଜିନିୟରିଂରେ ଉନ୍ନତି, ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ଜରିମାନା ରାଶି ଆଦି ବଢ଼ାଇବା, ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟ ଯୋଗାଇଦେବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର ଲୋକସଭାରେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି।

ମନ୍ତ୍ରାଳୟର ତଥ୍ୟ ଆଧାରରେ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ପ୍ରକାର ପଦକ୍ଷେପ ସହିତ ରୋଡ୍‌ ଇଂଜିନିୟରିଂରେ ଉନ୍ନତି ପାଇଁ ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ୨୦୧୮ରୁ ଦେଶରେ ଦୁର୍ଘଟଣା ହ୍ରାର ଲଗାତାର ହ୍ରାସ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe