image source--financial express
ନୂଆଦିଲ୍ଲୀ: କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ତୁଳନାରେ ଭାରତର ଫେଲୁଦା କୋଭିଡ-୧୯ ଟେଷ୍ଟ୍ ଭଲ ବୋଲି ଦାବି କରାଯାଇଛି। ଭାରତର ଏହି ଟେଷ୍ଟ ଶସ୍ତା ଏବଂ ଶୀଘ୍ର ହୋଇପାରିବ। ଆରଟି-ପିସିଆର ଚିହ୍ନଟ ପ୍ରକ୍ରିୟାର ଏକ ସହଜ ବିକଳ୍ପ ବୋଲି ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି। ଏହି ଟେଷ୍ଟର ଦର ୫୦୦ ଟଙ୍କା ରଖାଯାଇଛି। ଏହି ଟେଷ୍ଟ ମାଧ୍ୟମରେ ଫଳାଫଳ ୪୫ ମିନିଟରେ ଜଣାପଡ଼ୁଛି। ଅନ୍ୟ କରୋନା ଭୂତାଣୁ ଠାରୁ ସାର୍ସ-କୋଭ୍-୨କୁ ଏହା ଅଲଗା କରିବାରେ ସମର୍ଥ ହେଉଛି। ନୂଆଦିଲ୍ଲୀ ଭିତ୍ତିକ ସିଏସିଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି (ଆଇଜିଆଇବି) ଏବଂ ଟାଟା ଗ୍ରୁପ ପକ୍ଷରୁ ମିଳିତ ଭାବେ ଉକ୍ତ ଫେଲୁଦା ଟେଷ୍ଟର ବିକାଶ କରାଯାଇଛି। ବାଣିଜ୍ୟିକ ବ୍ୟବହାର ପାଇଁ ଗତ ସପ୍ତାହରେ ଏହା ଡିସିଜିଆଇର ଅନୁମତି ମଧ୍ୟ ହାସଲ କରିଛି। ରୋଗ ଥିବା ସଂପର୍କରେ ଏହି ଟେଷ୍ଟ୍ର ସଠିକତା ୯୬ ପ୍ରତିଶତ ହୋଇଥିବାବେଳେ ରୋଗ ନଥିବା ସଂପର୍କରେ ୯୮ ପ୍ରତିଶତ ସଠିକତା ଏହାର ରହିଛି ଉକ୍ତ ନିଦାନର ବିକାଶରେ ସାମିଲ ହୋଇଥିବା ବରିଷ୍ଠ ବୈଜ୍ଞାନିକ ଦେବଜ୍ୟୋତି ଚକ୍ରବର୍ତ୍ତୀ କହିଛନ୍ତି।
Follow Us