ବୁଲଢ଼ାଣା ଭେଣ୍ଡ୍ଵଲାଲ ଅଞ୍ଚଳର ପରମ୍ପରାର ସୂଚନା : ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ

Advertisment
ବୁଲଢ଼ାଣା ଭେଣ୍ଡ୍ଵଲାଲ ଅଞ୍ଚଳର ପରମ୍ପରାର ସୂଚନା : ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ

photo-zeenews

ମୁମ୍ବାଇ: ଚଳିତ ଲୋକସଭା ନିର୍ବାଚନ ପରେ କିଏ ଦେଶର ପ୍ରଧାନମନ୍ତ୍ରୀ ହେବେ ତାକୁନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳି ସମୟରେ ମହାରାଷ୍ଟ୍ରର ବୁଲଢ଼ାଣା ଭେଣ୍ଡ୍ଵଲାଲ ଇଲାକାରେ ୩୦୦ ବର୍ଷ ପୁରାତନ ପରମ୍ପରା ଆଧାରରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାର ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ,ସେ ହିଁ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ। ଅର୍ଥାତ୍‌ ପୁଣି ଥରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ।

ବୁଲଢ଼ାଣା ଭେଣ୍ଡ୍ଵଲାଲ ଅଞ୍ଚଳର ପରମ୍ପରା  ଅନୁଯାୟୀ ପାଣି ଭରା ଏକ ମାଠିଆକୁ ମାଟିରେ ଦବାଇ ଦିଆଯାଏ। ମାଠି ଉପରେ ପାନ ଏବଂ ଏହା ଉପରେ ଏକ  ମୁଦ୍ରା ଏବଂ ତା ଉପରେ ଗୋଟିଏ ଗୁଆ ରଖାଯାଏ। ଯଦି ଗୁଆଟି ଏପଟ ସେପଟ ହୁଏ ତେବେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅନ୍ୟ କୌଣସି ବ୍ୟକ୍ତି ବସିବେ। ମାତ୍ର ଗୁଆଟି ଯଦି ନିଜ ସ୍ଥାନରେ ସ୍ଥିର ରହେ ତେବେଗୁଅ ବର୍ତ୍ତମାନ ଯିଏ ଅଛନ୍ତି, ସେହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ରହିବେ ।କୁହାଯାଉଛି, ଏହି ଗୁଆଟି ନିଜ ସ୍ଥାନରେ ସ୍ଥିର ରହିଥିଲା। ଫଳରେ ନରେନ୍ଦ୍ର ମୋଦୀ  ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe