ମୁମ୍ବାଇ: ଅବସର ନେବାର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ମହାରାଷ୍ଟ୍ରର ଜଣେ ଆକାଉଣ୍ଟସ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍୍ସ ଦ୍ୱାରା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି କୋହ୍ଲାପୁରର ଉପ ବନ ସଂରକ୍ଷକ ଅଫିସରେ ଆକାଉଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିବା ୫୮ ବର୍ଷୀୟ ସଦାଶିବ ଦ୍ୟାନଦେଓ ସତପୁତେ ଅବସର ଗ୍ରହଣ କରିବାର ଥିଲା। କିନ୍ତୁ ଚାକିରି ଜୀବନ ଶେଷ ହେବାର ମାତ୍ର ୨ ଘଣ୍ଟା ପୂର୍ବରୁ ଏକ ଇକୋ-ସେନସିଟିଭ ଜୋନ୍ ପାଇଁ ପ୍ରମାଣପତ୍ର ଜାରି କରିବାକୁ ୧୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।
ଅବସରର ୨ ଘଣ୍ଟା ପୂର୍ବରୁ ଲାଞ୍ଚ ନେଇ ଆକାଉଣ୍ଟ ଅଫିସର ଗିରଫ
Advertisment
Follow Us