ଗଛ ଲଗାଇବା ସର୍ତ୍ତରେ ନରହତ୍ୟା ଉଦ୍ୟମ ଅଭିଯୁକ୍ତଙ୍କୁ ଜାମିନ ଦେଲେ ଅଦାଲତ

ଗଛ ଲଗାଇବା ସର୍ତ୍ତରେ ନରହତ୍ୟା ଉଦ୍ୟମ ଅଭିଯୁକ୍ତଙ୍କୁ ଜାମିନ ଦେଲେ ଅଦାଲତ

Image Courtesy of World Land Trust

ଗ୍ବାଲିଅର୍‌: ଗଛ ଲଗାଇବେ ବୋଲି ସର୍ତ୍ତ ରଖି ନରହତ୍ୟା ଉଦ୍ୟମ କରିଥିବା ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍‌ ବେଞ୍ଚ୍‌ ଜାମିନ ମଞ୍ଜୁର କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ସପ୍ତାହରେ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ବିଚାରପତି ଆନନ୍ଦ ପାଠକ ଅଭିଯୁକ୍ତ ରିଙ୍କୁ ଶର୍ମାଙ୍କୁ ଉପରୋକ୍ତ ଜାମିନ ମଞ୍ଜୁର କରିଛନ୍ତି।

ଫଳଗଛ ହେଉ, ନିମଗଛ ହେଉ କି, ଅଶ୍ବସ୍ତଗଛ ହେଉ- ୧୦ଟି ଚାରା ଲଗାଇ ତା’ର ଦେଖାଶୁଣା କରିବା ଲାଗି ଏପ୍ରିଲ୍‌ ୧୩ ତାରିଖ ଦିନ ଜାରି ଆଦେଶନାମାରେ ହାଇକୋର୍ଟ ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି। ନିଜ ଇଚ୍ଛାମତେ ଯେକୌଣସି ସ୍ଥାନରେ ଅଭିଯୁକ୍ତ ଏ ସବୁ ଗଛ ଲଗାଇ ପାରନ୍ତି, କିନ୍ତୁ ନିଜ ଖର୍ଚ୍ଚରେ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବେ ବୋଲି ବିଚାରପତି କହିଛନ୍ତି।

publive-image Image Courtesy of Hariyali Nursery

ଅଦାଲତଙ୍କ ଆଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୩୦ ଦିନ ମଧ୍ୟରେ ଶର୍ମା ରୋପଣ କରିଥିବା ବୃକ୍ଷଗୁଡ଼ିକର ଫଟୋ ଦାଖଲ କରିବେ। ଏହାଛଡ଼ା, ସେ ରୋପଣ କରିଥିବା ଗଛଗୁଡ଼ିକର ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ପ୍ରତିମାସରେ ରିପୋର୍ଟ ଦାଖଲ କରିବେ।

ଉପରୋକ୍ତ କାର୍ଯ୍ୟରେ ଶର୍ମାଙ୍କ ତରଫରୁ କୌଣସି ପ୍ରକାର ଖିଲାପ ହେଲେ ତାଙ୍କୁ ମିଳିଥିବା ଜାମିନ ଖାରଜ ହୋଇଯିବ ବୋଲି ହାଇକୋର୍ଟ ସତର୍କ କରାଇଦେଇଛନ୍ତି।

ସ୍ବେଚ୍ଛାକୃତ ଭାବେ ଗୋଷ୍ଠୀ ସେବା କରିବା ନିମନ୍ତେ ଅଭିଯୁକ୍ତ ଇଚ୍ଛାପ୍ରକାଶ କରିବାରୁ ଅଦାଲତ ଏଭଳି ସର୍ତ୍ତ ରଖିଥିବା କଥା ବିଚାରପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe