Image Courtesy of India Today
ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ୍ଙ୍କ ସହ ଅନ୍ୟ ୭ ଜଣ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜେଲ୍ରେ ରହିବେ ବୋଲି ସ୍ବତନ୍ତ୍ର ଅଦାଲତ ଆଜି ଆଦେଶ ଦେଇଛନ୍ତି। ଅପରପକ୍ଷେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନ୍ସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଆଜି ଏନ୍ସିବିର ଏକ ସ୍ବତନ୍ତ୍ର ଟିମ୍ ଶାହାରୁଖ ଖାନ୍ଙ୍କ ବାନ୍ଦ୍ରାସ୍ଥିତ ବାସଭବନ ‘ମନ୍ନତ’ରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି।
ସୂଚନାଯୋଗ୍ୟ, ଆର୍ୟନ୍ ଖାନ୍ ସମେତ ମୁନ୍ମୁନ ଧମେଚା, ଅରବାଜ ମର୍ଚାଣ୍ଟଙ୍କୁ ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ଅଭିଯୋଗରେ ଗତ ୩ ତାରିଖରେ ଗିରଫ କରାଯାଇଥିଲା। ଆର୍ୟନ୍ଙ୍କ ଜାମିନ ଆବେଦନର ଶୁଣାଣି କରି ଗତକାଲି ଅଦାଲତ ଏହାକୁ ଖାରଜ କରିଥିଲେ। ଅନ୍ୟପକ୍ଷରେ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ୍ ଖାନ୍ଙ୍କ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହି ଆବେଦନର ଶୁଣାଣି ଆସନ୍ତା ୨୬ ତାରିଖ (ମଙ୍ଗଳବାର)ରେ ହେବ। ଏନ୍ଡିପିଏସ୍ ସ୍ବତନ୍ତ୍ର ଅଦାଲତରେ ଆର୍ୟନ୍ଙ୍କ ଜାମିନ ଆବେଦନ ଖାରଜ ହେବାପରେ ଆର୍ୟନ୍ଙ୍କ ଓକିଲ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଏବଂ ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ତେବେ ଏହି ମାମଲାକୁ ୨୬ ତାରିଖରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଏନ୍ସିବି ଏହି ମାମଲାରେ ଆବଶ୍ୟକ ଦଲିଲ୍ ହାଇକୋର୍ଟରେ ଦାଖଲ କରିବ।
Follow Us