livehindustan
ନୂଆଦିଲ୍ଲୀ: ଦେଶର ବଡ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ବିହାରର ଦରଭଙ୍ଗାଠାରୁ ଗିରଫ କରାଯାଇଛି। ଗିରଫ ଯୁବକ ହେଉଛନ୍ତି ରାକେଶ କୁମାର ମିଶ୍ରା, ଯାହାଙ୍କୁ ଦରଭଙ୍ଗାର ମଣିଗାଛି ପୁଲିସ ଷ୍ଟେସନ ଅଧୀନରେ ଥିବା ବ୍ରହ୍ମପୁରା ଗ୍ରାମରୁ ଗିରଫ କରାଯାଇଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ମୁମ୍ବାଇ ପୁଲିସ ତାଙ୍କୁ ସାଙ୍ଗରେ ନେଇଛି। ଅଭିଯୁକ୍ତଙ୍କ ମୋବାଇଲ୍ ମଧ୍ୟ ଜବତ କରାଯାଇଛି, ଯେଉଁଥିରୁ ସେ ଧମକ ଦେଇଥିଲେ।
ଏହି ଘଟଣାକୁ ନେଇ ଦରଭଙ୍ଗା ଏସଏସପି ଅବକାଶ କୁମାର କହିଛନ୍ତି ଯେ, ବୁଧବାର ମୁକେଶ ଅମ୍ବାନୀ ପରିବାର ଦ୍ୱାରା ପରିଚାଳିତ ଡାକ୍ତରଖାନାକୁ ବୋମା ପକାଇ ଉଡ଼ାଇଦେବାର ଧମକ ଦେଇଥିଲେ ଅଭିଯୁକ୍ତ। ଗୋଟିଏ ଦିନରେ ଦୁଇଥର ଧମକ ଦିଆଯାଇଥିଲା। ଅନୁସନ୍ଧାନ ପରେ, ଫୋନ ଆସିଥିବା ମୋବାଇଲର ଲୋକେସନ ଟ୍ରାକ କରାଯିବା ପରେ ଅଭିଯୁକ୍ତ ଦରଭଙ୍ଗାଠାରେ ଲୁଚି ରହିଥିବା ଜଣାପଡ଼ିଥିଲା। ମୁମ୍ବାଇ ପୁଲିସ ଦରଭଙ୍ଗା ପୁଲିସକୁ ଏନେଇ ସୂଚନା ଦେବା ପରେ ବିଳମ୍ବିତ ରାତିରେ ଆସି ଦରଭଙ୍ଗାରେ ପହଞ୍ଚିିଥିଲା ମୁମ୍ବାଇ ପୁଲିସ। ୧ଘଣ୍ଟା ଧରି ଖୋଜାଖୋଜି କରିବା ପରେ ପୁଲିସ ଅଭିଯୁକ୍ତ ରାକେଶ କୁମାର ମିଶ୍ରାଙ୍କୁ ଗିରଫ କରିଥିଲେ।
ଅଭିଯୁକ୍ତ ରାକେଶ କୁମାରଙ୍କ ବାପା ସୁନୀଲ କୁମାରଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ରାତିରେ କୋର୍ଟରେ ହାଜର କରିଥିଲା ​​ଏବଂ ପରେ ତାକୁ ଧରି ମୁମ୍ବାଇ ଫେରିଥିବା ଜଣାପଡ଼ିଛି।
Follow Us