ଉଦୟପୁର ହତ୍ୟାକାଣ୍ଡ: ଅଭିଯୁକ୍ତ ରିଆଜର ବିଜେପି ନେତାଙ୍କ ସହ ରହିଛି ସମ୍ପର୍କ, ଫଟୋ ସେୟାର କଲା କଂଗ୍ରେସ

Advertisment
ଉଦୟପୁର ହତ୍ୟାକାଣ୍ଡ: ଅଭିଯୁକ୍ତ ରିଆଜର ବିଜେପି ନେତାଙ୍କ ସହ ରହିଛି ସମ୍ପର୍କ, ଫଟୋ ସେୟାର କଲା କଂଗ୍ରେସ

ଉଦୟପୁର: ଜୁନ ୨୮ରେ ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା। ଏହି ଘଟଣାକୁ ନେଇ ବିଶ୍ବ ଦରବାରରେ ମଧ୍ୟ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଜେପି ଉପରେ ଏକ ବଡ଼ ଅଭିଯୋଗ ଆଣିଛି। କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ରିଆଜ ଅଖତାରୀ ବିଜେପି ନେତାଙ୍କ ସହ ସଂପର୍କ ଥିବା କହିଛି କଂଗ୍ରେସ। କଂଗ୍ରେସ ନେତା ପବନ ଖେଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କହ୍ନୈୟା ଲାଲଙ୍କ ହତ୍ୟାକାରୀ ରିଆଜ ଅଖତାରୀର ବିଜେପି ନେତା ଗୁଲାବଚନ୍ଦ୍ର କଟାରିଆ ଏବଂ ଅନ୍ୟମାନଙ୍କ ସହ ସମ୍ପର୍କ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ରିଆଜ ବିଜେପିର ରାଜସ୍ଥାନ ସଂଖ୍ୟାଲଘୁ ୟୁନିଟର ବୈଠକରେ ଯୋଗ ଦେଉଥିଲେ, ଯାହାର ଫଟୋଗୁଡ଼ିକ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପବନ ଖେଡା।

उदयपुर

ଟ୍ବିଟରେ ସେୟାର କରାଯାଇଥିବା ଫଟୋରେ ରିଆଜ ବିଜେପି ନେତାଙ୍କ ସହ ନଜର ଆସୁଥିବା ଦେଖାଯାଇଛି। ତେବେ କଂଗ୍ରେସର ଏଭଳି ଗମ୍ଭୀର ଆରୋପ ପରେ ବିଜେପି ନିଜର ପ୍ରତିକ୍ରିୟା ରଖିଛି।

ଉଦୟପୁରର କିଛି ସ୍ଥାନୀୟ ବିଜେପି ନେତାଙ୍କ ସହ ରିଆଜ ଅଖତାରୀର ଫଟୋ ସାମ୍ନାକୁ ଆସିବା ପରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ମହମ୍ମଦ ସାଦିକ ଖାନ କହିଛନ୍ତି ଯେ, ଫଟୋଗୁଡ଼ିକୁ ସେୟାର କରି ରିଆଜ ଦଳର ସଦସ୍ୟ ବୋଲି ଦର୍ଶାଇବା ପାଇଁ ପ୍ରମାଣ ଭାବରେ ରଖାଯାଇପାରିବ ନାହିଁ। ଯେକୌଣସି ନେତାଙ୍କ ସହିତ ଯେକୌଣସି ଲୋକ ଆସି ଫଟୋ ଉଠାଇ ପାରିବେ। ଏହାର ଅର୍ଥ ନୁହେଁ ଯେ ସେ ବିଜେପିର ସଦସ୍ୟ। ସେ ହୁଏତ ଦଳର କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ସ୍ଥାନୀୟ ନେତାଙ୍କ ସହ ଫଟୋ ଉଠାଇଥିବେ। ଯେହେତୁ ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନେତା କିମ୍ବା ସେଲିବ୍ରିଟିଙ୍କ ସହ ଫଟୋ ଅପଲୋଡ୍ କରିବା ଏକ ସାଧାରଣ କଥା ହୋଇଗଲାଣି, ତେଣୁ ସେ ହୁଏତ ଫଟୋ ଉଠାଇ ଅପଲୋଡ୍ କରିଥାଇପାରେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ବିଜେପିର ଜଣେ ସଦସ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe